ମୁମ୍ବାଇ,୨୩।୯: ମହାରାଷ୍ଟ୍ରର ରାଜଗୁରୁନଗର ଅଞ୍ଚଳର ପୁଣେ-ନାଶିକ ରାଜପଥରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ୬ ମାସର ଶିଶୁର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଏକ ବାଇକ୍ ଯୋଗେ ଜଣେ ବ୍ୟକ୍ତି ଏବଂ ମହିଳା ୬ ମାସର ଶିଶୁକୁ ନେଇ ଯାଉଥିଲେ। ହେଲେ ରାସ୍ତାରେ ଟ୍ରାକ୍ଟରକୁ ଅତିକ୍ରମ କରୁଥିବା ବେଳେ ହଠାତ୍ ଶିଶୁଟି ମହିଳାଙ୍କ କୋଳରୁ ଖସିପଡିଥିଲା। ତେବେ କେହି କିଛି ଜାଣିବା ପୂର୍ବରୁ ଶିଶୁଟି ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।