ଡରେଇଲାଣି ରାଜଧାନୀ: ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ପଜିଟିଭ୍‌୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ପୁଣି ୬ ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଜଣେ ଏବଂ ଲୋକାଲ କେସ୍‌ ୫ ଜଣ ବୋଲି ଜଣାପଡିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ଫେରନ୍ତା ରେଳ କର୍ମଚାରୀ। ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳରୁ ୩ ଜଣ(୧୬ ବର୍ଷୀୟ ବାଳିକା, ୬୦ବର୍ଷୀୟ ମହିଳା ଏବଂ ୧୫ ବର୍ଷୀୟ ବାଳକ), ଅନ୍ୟ ଜଣେ ୧୩ ବର୍ଷୀୟ ଯୁବକ ବମିଖାଲ କେନାଲ ରୋଡରୁ ଏବଂ ବାକି ଜଣେ ୩୨ ବର୍ଷୀୟ ପୁରୁଷ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏବେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୩୨୦ ହୋଇଥିବାବେଳେ ସେଥିମଧ୍ୟରୁ ୧୮୫ ସୁସ୍ଥ ଏବଂ ୪ ଜଣଙ୍କ ମୃତ୍ୟୁ ହୋଇଛି। ବାକି ୧୩୦ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share