ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ଅଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୫କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୨୪, ଯାଜପୁରରେ ୧୬୩, ଜଗତସିଂହପୁରରେ ୨୯୭, କୋରାପୁଟରେ ୭୭ ଓ ମୟୂରଭଞ୍ଜରେ ୨୭୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।