ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ବୁଧବାର ଭାଜପା ଏମ୍ପି ସୁରେଶ ପୂଜାରୀ ଏବଂ ବିଜେଡି ସଦସ୍ୟ ପିନାକୀ ମିଶ୍ରଙ୍କୁ ସବ୍ଅର୍ଡିନେଟ୍ ଲେଜିସ୍ଲେଶନ୍ କମିଟି ସଦସ୍ୟ ଭାବେ ଚୟନ କରିଛନ୍ତି। ସେହିପରି ଭାଜପା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଗୃହ କମିଟିରେ ସଦସ୍ୟତା ପ୍ରଦାନ କରାଯାଇଛି।
କଂଗ୍ରେସର ସପ୍ତଗିରି ଉଲ୍ଲାକାଙ୍କୁ ପେପର୍ସ ଲେଡ୍ ଅନ୍ ଟେବୁଲ କମିଟିରେ ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିବାବେଳେ ବିଜେଡି ଏମ୍ପି ଚନ୍ଦ୍ରଶେଖର ସାହୁଙ୍କୁ ଗଭର୍ନମେଣ୍ଟ ଆସୁରାନ୍ସ କମିଟିରେ ସ୍ଥାନ ମିଳିଛି। ଭାଜପା ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏଥିକ୍ସ କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଛି।