Advertisement

ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ

ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ ଗୋଟିଏ ଓ୍ବାର୍ଡସଭ୍ୟ ନାମାଙ୍କନକୁ ଯାଞ୍ଚ ପରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବିଡିଓ ସୁବ୍ରତ କୁମାର ଜେନା କହିଛନ୍ତି। ଯାଞ୍ଚ ପରେ ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତରୁ ପୋଚିଲିମା ଓ ସାହାପୁରରେ ଗୋଟିଏ ଲେଖାଏ ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେହିପରି ଭାବନ୍ଧ, ଦାରୁଭଦ୍ରା,କଞ୍ଚୁରୁ,ପୁଟିଆପଦର,ସାହାପୁର ଓ ଶିକିରି ପଞ୍ଚାୟତର ସମିତି ସଦସ୍ୟ ପାଇଁ ଗୋଟିଏ ଲେଖାଏ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ସଂପ୍ରତି ୧୯ ପଞ୍ଚାୟତରେ ୯୯ ସରପଞ୍ଚ ଓ ୧୫ ପଞ୍ଚାୟତରେ ୬୮ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ନିର୍ବାଚନରେ ଅଂଶଗହଣ କରିବାକୁ ଥିବା ତାଲିକା ପ୍ରକାଶ ପାଇବ। ଆସନ୍ତା ଫେବୃୟାରୀ ୧୬ରେ ହିଞ୍ଜିଳିକାଟୁରେ ଭୋଟ୍‌ ଗ୍ରହଣ ହେବ। ହିଞ୍ଜିଳିକାଟୁ ବ୍ଲକର ୨୧ ପଞ୍ଚାୟତରେ ମୋଟ୍‌ ୯୮୨୨୪ ଭୋଟର ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share