ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି

ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍‌ ତାଲା ଭାଙ୍ଗି ରାମକୃଷ୍ଣ, ମଦନମୋହନ, ରାଧା, ଲକ୍ଷ୍ମୀ ଓ ସରସ୍ବତୀ ଆଦି ୬ଟି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ ଲୁଟି ନେଇଛନ୍ତି। ଶନିବାର ସକାଳେ ମନ୍ଦିର ପୂଜକ ଧୀରେନ୍ଦ୍ର କୁମାର ଶତପଥୀ ମନ୍ଦିରରେ ପହଞ୍ଚତ୍ବା ପରେ ଗେଟ୍‌ ଚାବି ଭଙ୍ଗା ଯାଇଥିବା ଦେଖିଥିଲେ। ଭିତରକୁ ଯାଇ ଦେଖିବାବେଳେକୁ ଠାକୁରଙ୍କ ଆସ୍ଥାନରେ ଥିବା ଅଷ୍ଟଧାତୁ ମୂର୍ତ୍ତି ସେଠାରୁ ଗାଏବ ହୋଇଯାଇଥିଲା।
ସେ ସଙ୍ଗେସଙ୍ଗେ ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ। ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ଧର୍ମଶାଳା ପୋଲିସକୁ ଅବଗତ କରାଇଥିଲେ। ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସଦଳବଳ ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ କରିଛନ୍ତି। ଚୋରି ମୂର୍ତ୍ତି ବହୁ ମୂଲ୍ୟବାନ ବୋଲି ଜଣାପଡ଼ିଛି। ୫ ଶହ ବର୍ଷର ଏହି ପୁରୁଣା ମନ୍ଦିରରୁ ଏଭଳି ଚୋରି ପ୍ରଥମ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ବିନୋଦ ଦାଶ କହିଛନ୍ତି। ଏନେଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share