୬ ଓଡ଼ିଶା ସୂଚନା ସେବା ଅଧିକାରୀ ଉପନିର୍ଦ୍ଦେଶକ ପଦକୁ ଉନ୍ନୀତ

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ସୂଚନା ଓ ଲୋକସମ୍ପର୍କ ବିଭାଗ ୬ ଅଧିକାରୀ ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି। ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଭଣ୍ଡାର ଅଧିକାରୀ ସୁରଜିତ ମିଶ୍ର, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପତି, ମୁଖ୍ୟାଳୟର ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର, ବରଗଡ଼ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ କଟକ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏହି ପଦୋନ୍ନତି ପାଇଛନ୍ତି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଦୋନ୍ନତି ପାଇଥିବା ଅଧିକାରୀମାନେ ବିଭାଗୀୟ କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Share