Categories: ଜାତୀୟ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ

ରାୟପୁର,୧୫ା୫: ଛତିଶଗଡ଼ର ବାଲୋଦା ବଜାର ଜିଲା ପାଲାରିଠାରେ ଟ୍ରକ୍‌-ପିକ୍‌ଅପ୍‌ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ରବିବାର ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ରେ ଗୋଟିଏ ପରିବାରର ୧୦ରୁ ଊର୍ଦ୍ଧ୍ୱ ଲୋକ ଯାଉଥିବା ବେଳେ ଏକ ଟ୍ରକ୍‌ ଧକ୍କା ଦେଇଥିଲା।

ଆହତମାନଙ୍କ ଚିକିତ୍ସା ପାଲାରିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବାଲୋଡାବଜାର ଜିଲା ଡାକ୍ତରଖାନାରେ ଚାଲିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପାଲାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁ ସମେତ ୫ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ୍‌ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

Share