୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ତେବେ ଏଫ୍‌ ଆଣ୍ଡ ଏଆର୍‌ଡି ବିଭାଗରେ କାର୍ଯ୍ୟ କରୁଥିବା ଅନୁ ସଚିବ ପ୍ରଦୀପ କୁମାର ସାମଲଙ୍କୁ ବଦଳିକରି ସଂସଦୀୟ ବ୍ୟାପାର ବିଭାଗ ଅଧୀନରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ ଏବେଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବେ। ସେହିପରି ବିଶ୍ୱଜିତ୍‌ ସାମଲଙ୍କୁ ପୂର୍ତ୍ତ ବିଭାଗ ସେକ୍ସନ ଅଫିସର ପଦରୁ ବଦଳିକରି ସଂସଦୀୟ ବ୍ୟାପାର ବିଭାଗରେ ଯୋଗଦେବାକୁ କୁହାଯାଇଛି। ସେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବେ। ଅର୍ଥ ବିଭାଗ ଅଧୀନରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ରୋହିତ ରଞ୍ଜନ ନାଏକ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ସେକ୍ସନ ଅଫିସର ପଦରେ କାର୍ଯ୍ୟ କରୁଥିବା ଦୀପକ ମାଝୀ, ଏସ୍‌ଡି ଆଣ୍ଡ ଟିଇ ବିଭାଗ ଅଧୀନରେ ଏଏସ୍‌ଓ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ସୋରେନ ଏବଂ ସତ୍ୟ ସଙ୍କେତ ଜେନାଙ୍କୁ ମଧ୍ୟ ସଂସଦୀୟ ବ୍ୟାପାର ବିଭାଗ ଅଧୀନରେ ଯୋଗଦେବା ଲାଗି କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଛି।

Share