ରୁଷିଆ-ୟୁକ୍ରେନ ଯୁଦ୍ଧ ବିଷୟରେ ଟିକେ ବି ଜାଣିନାହାନ୍ତି ଏହି ୬ ବ୍ୟକ୍ତି

ମସ୍କୋ,୩ା୩: ୨୦୨୨ ଫେବୃୟାରୀରେ ତୃତୀୟ ବିଶ୍ୱଯୁଦ୍ଧର ଝଲକ ଦେଖାଇଛି ରୁଷିଆ। ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଚାଲିଛି। ଏଥିରେ ୟୁକ୍ରେନର ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନର ବାହାରେ ଥିବା ଲୋକମାନେ ଯଥାଶୀଘ୍ର ଦେଶ ଛାଡ଼ି ନିଜ ଦେଶକୁ ଫେରିବାକୁ ଚେଷ୍ଟା କରୁଛନ୍ତି। ଏହି ଛୋଟ ଦେଶ ଉପରେ ରୁଷିଆ ଧ୍ୱଂସ କରିବା ଆରମ୍ଭ କରିଛି। ଏହି ଯୁଦ୍ଧ ବିଷୟରେ ସମସ୍ତେ ଅବଗତ ଥିବାବେଳେ ସମସ୍ତେ ଏହାକୁ ନେଇ ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ସମାଲୋଚନା କରୁଛନ୍ତି। ମାତ୍ର ବିଶ୍ୱରେ ୬ ଜଣ ଲୋକ ଅଛନ୍ତି, ଯେଉଁମାନେ ରୁଷିଆରେ ଥାଇ ବି ଏହି ଯୁଦ୍ଧ ବିଷୟରେ ଜାଣି ନାହାନ୍ତି। ଏହି ୬ ଜଣ ନାସା ଦଳରେ ଜଡ଼ିତ ଅଛନ୍ତି। ଗତ ୮ ମାସ ଧରି ମସ୍କୋରେ ଏକ କ୍ୟାପସୁଲରେ ପରୀକ୍ଷା ପାଇଁ ବନ୍ଦ ହୋଇ ରହିଛନ୍ତି।

କୁହାଯାଉଛି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ବିଶ୍ୱର ଏହି ୬ ଜଣ ଲୋକ ଅବଗତ ନୁହନ୍ତି। ଗତ ସପ୍ତାହରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଦେଶର ସୈନ୍ୟବାହିନୀକୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୟୁକ୍ରେନର ଲୋକମାନେ ପ୍ରତିଦିନ ଏୟାର ଷ୍ଟ୍ରାଇକ୍‌ ଯୋଗୁ ପ୍ରାଣ ହରାଉଛନ୍ତି। କିନ୍ତୁ ନାସା ଏବଂ ରୁଷିଆର ସ୍ପେସ ପ୍ରୋଗ୍ରାମର ମେମ୍ବରଙ୍କୁ ଏହି ଯୁଦ୍ଧ ବିଷୟରେ କୌଣସି ସୂଚନା ନାହିଁ।

ନାସାର ଏହି ବୈଜ୍ଞାନିକ ଗୋଷ୍ଠୀ ନଭେମ୍ବର ୨୦୨୧ରୁ ଗବେଷଣା ପାଇଁ ଏକ ଏହି ପ୍ରୋଗ୍ରାମର ନାମ SIRIUS -21 ରଖାଯାଇଛି। ଏହି ସ୍ପେସ ମିଶନ ପାଇଁ ଦଳ ଆଠ ମାସ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ରହିବେ। ଏହି ୬ ଜଣଙ୍କ ମଧ୍ୟରେ ଏମିରେଟ୍ସର ଜଣେ, ଦୁଇ ଜଣ ଆମେରିକୀୟ ଏବଂ ୩ ଜଣ ରୁଷିଆନ ଅଛନ୍ତି। ସମସ୍ତେ ଜୁନ୍‌ରେ କ୍ୟାପସୁଲରୁ ବାହାରିବେ।

ଯୁଦ୍ଧ ବିଷୟରେ ସେମାନଙ୍କୁ ନ ଜଣାଇବାର କାରଣ ସେମାନଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଚିନ୍ତା ନ ବଢୁ। ନଚେତ୍‌ ଗବେଷଣାରେ ବ୍ୟାହତ ଘଟିବ। ଏହି ଦୃଷ୍ଟିରୁ ସେମାନଙ୍କୁ ୮ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରଖାଯାଇଛି।

Share