Categories: ଜାତୀୟ

ପୁର୍ବ ଶତ୍ରୁତାରୁ ୬ ଜଣଙ୍କୁ ନିର୍ମମ ହତ୍ୟା

ଲକ୍ଷ୍ନୌ,୨।୧୦: ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରୁଦ୍ରପୁର ନିକଟ ଫତେହପୁର ଗ୍ରାମରେ ପୁରୁଣା ଶତ୍ରୁତା କାରଣରୁ ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି। ଗାଁରେ ଉତ୍ତେଜନା ଦେଖାଦେଇଛି।
ସୂଚନାନୁସାରେ, ସୋମବାର ସକାଳେ ଦେଓରିଆର ରୁଦ୍ରପୁର କୋଟୱାଲୀ ଅଞ୍ଚଳର ଫତେହପୁରର ଲେହରା ଟୋଲା ଠାରେ ପୂର୍ବତନ ଜିଲା ପଞ୍ଚାୟତ ସଦସ୍ୟ ପ୍ରେମ ଯାଦବଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିଶୋଧ ନେଇ ଜନତା ଅଭିଯୁକ୍ତ ପକ୍ଷର ସତ୍ୟପ୍ରକାଶ ଦୁବେଙ୍କ ଘରେ ପହଞ୍ଚି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ କ୍ରୋଧିତ ଜନତା ଦୁଇଜଣ ନିରୀହ ଶିଶୁ, ଜଣେ ମହିଳା ଏବଂ ଅନ୍ୟ ଜଣଙ୍କ ହତ୍ୟା କରିଥିଲେ। ଘଟଣା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି।

Share