ଗୋଡ଼ାଇ ଗୋଡ଼ାଇ କାମୁଡିଲା କୁକୁର

କୁଚିଣ୍ଡା,୩ା୧୧(ବିରଞ୍ଚି ଦର୍କା): ଗତ କିଛିଦିନ ହେବ ବାମରା ଅଞ୍ଚଳରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୬ଜଣ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଅଛନ୍ତି। ବୁଧବାର ବାମରା (ମୁଣ୍ଡାଢିପା) ଗ୍ରାମର ଗିରିଧାରୀ ସାହୁ (୫୨) ଘରୁ ଯାଉଥିବା ସମୟରେ ତାଙ୍କୁ ପାଗଳ କୁକୁର କାମୁଡି ଦେଇଥିଲା। କିଛି ସମୟ ପରେ ପୁଣି ସେହି କୁକୁରଟି ତାଲଡିହି କଲୋନୀପଡ଼ାର ଅମୃତା ସାଳିମା (୫୫)ଙ୍କୁ କାମୁଡି ଦେଇଥିଲା। ଗୁରୁତର ଆହତ ଦ୍ୱୟଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ପରେ ସେମାନଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଓପିଟିସିଏଲ୍‌ କର୍ମଚାରୀ ଦିଲିପ ନନ୍ଦ ଓ ତାଲମୁଣ୍ଡା ଗ୍ରାମର ଚାମ୍ପିଆନ ପଟେଲଙ୍କ ସମେତ ମୋଟ ୬ ଜଣ କୁକୁର କାମୁଡାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ବାମରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Share