ଗଞ୍ଜେଇ ଜବତକରି ଫେରୁଥିଲେ, ପଛପଟୁ ମାଡ଼ିଆସି ଗ୍ରାମବାସୀ:  ଢେଲା ପଥର ମାଡ଼ରେ ୨୬ ପୋଲିସ କର୍ମଚାରୀ ଆହତ 

ମୋହନା,୨୧।୩:(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେରେ ଗୁରୁବାର ରାତିଅଧରେ ଏକ ଅଭାବନୀୟ ଘଟଣା ଘଟିଛି। ଗଞ୍ଜେଇ ଜବତ ବେଳେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଢେଲା ପଥର ମାଡ କରିଛନ୍ତି । ଫଳରେ ଆର .ଉଦୟଗିରି ଏସ୍‌ଡିପିଓଙ୍କ ସମେତ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା କରାଯାଇଛି।
ଗାଁରେ ଗଞ୍ଜେଇ ଥିବା ପୋଲିସ ସୂଚନା ପାଇବା ପରେ ବିଳମ୍ବିତ ରାତିରେ  ଆର.ଉଦୟଗିରି  ଏସ୍‌ଡିପିଓ,  ମୋହନା ଓ ଅଡବା ଥାନା ପୋଲିସ ଟିମ୍‌ ଚଢାଉ କରି ଗଞ୍ଜେଇ ଜବତ କରିଥିଲେ। ଜବତ  କରି ଫେରୁଥିବା ବେଳେ ଗ୍ରାମବାସୀ ସଂଘବଦ୍ଧ ହୋଇ ପୋଲିସକୁ ଘେରି ଯାଇ  ଆକ୍ରମଣ କରିଥିଲେ। ଫଳରେ ଏସଡିପିଓଙ୍କ ସମେତ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।ଉତ୍ତ୍ୟକ୍ତ ଲୋକେ ୫ଟି ପୋଲିସ ଗାଡ଼ି ଭଙ୍ଗାରୁଜା କରିଦେଇଛନ୍ତ। ଭୋର୍‌  ୪ଟାରୁ ଦିନ ୧୧ଟା ଯାଏ ଗ୍ରାମବାସୀ ପୋଲିସଙ୍କୁ ଅଟକ ରଖିଥିଲେ। ପରେ ଜନପ୍ରତିନିଧିଙ୍କ ଉପସ୍ଥିତିରେ ବୁଝାସୁଝା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିଲେ। ଘଟଣାପରେ ଗଜପତି ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ।

Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡିକେନ୍ଦ୍ରରେ ପିଲା ଛଟପଟ: ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ଶିକ୍ଷାଅଧିକାରୀଙ୍କ ବେଖାତିର

ପୁରୁଷୋତ୍ତମପୁର,୨୩।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥସାହିରେ ଅଙ୍ଗନୱାଡିକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୧୬ ବର୍ଷ ବିତିଥିଲେ ସୁଧା କେନ୍ଦ୍ରର ଘରଟିଏ ନିର୍ମାଣ...

ସାମାନ୍ୟ କୁକୁରକୁ ବି ଛାଡିଲେନି, ଜଣକ ପରେ ଜଣେ ହାଣି ପକାଇଲେ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢୀ): ନୃଶଂସତାର ସବୁ ସୀମା ଟପିଗଲେ। ବୁଲା କୁକୁରକୁ ବିଚ୍‌ ରାସ୍ତାରେ ଜଣକ ପରେ ଜଣେ ଖଣ୍ଡାରେ ହାଣିଲେ। କୁକୁରଟି ରାତି ଅଧରେ...

ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ) – ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୭ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ...

ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

କେସିଙ୍ଗା,୨୩। ୩(ତୁମେଶର ସାହୁ): କେସିଙ୍ଗା ବ୍ଲକ୍‌ର ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ...

ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ…

କେସିଙ୍ଗା, ୨୩ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନୁ କୁମାର ପାଢ଼ୀଙ୍କ...

ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ ଜବତ: ୨ ଗିରଫ

କୋକସରା,୨୩।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ବୋବରିଆ ଛକରେ ଥିବା ଏକ ଢ଼ାବା ଓ କାଉଡୋଳା ଗ୍ରାମରେ...

ଆଉ ୩ ଦିନ କାଳବୈଶାଖୀ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ...

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image