କୋରାପୁଟରେ ଆଜି ୬ ପଜିଟିଭ୍‌ ଚିହ୍ନଟ, ଘରୋଇ ଟିଉସନ ବନ୍ଦ କଲେ ଜିଲାପାଳ

କୋରାପୁଟ,୮ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ , ୨ ଜଣ ଘରୋଇ କ୍ୱାରାଣ୍ଟାଇନ୍‌ରୁ ଏବଂ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦାମନଯୋଡ଼ି ସଙ୍ଗରୋଧ କେନ୍ଦ୍ରରୁ ଜଣେ ସିଆଇଏସ୍‌ଏଫ୍‌ ଯବାନ (କଟକ ଫେରନ୍ତା) ହୋଇଥିବାବେଳେ କୋରାପୁଟ ମ୍ୟୁନିସିପାଲଟି ଅଞ୍ଚଳରୁ ଜଣେ ଓ ଜୟପୁର ମ୍ୟୁନିସପାଲିଟିରୁ ଜଣେ ଏପରିକି ୨ ଜଣ (ଗଞ୍ଜାମ ଫେରନ୍ତା)। ଉଭୟ ଘରୋଇ କ୍ୱାରାଣ୍ଟାଇନ୍‌ରେ ଥିଲେ ଏବଂ କୋରାପୁଟ ଓ ବୋରିଗୁମ୍ମା ବ୍ଲକ ଅଞ୍ଚଳରୁ ୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ା ଉପରୋକ୍ତ ୩ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍‌ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି ା କୋରାପୁଟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜିଲାପାଳ ମଧୁସୂଦନ ମିଶ୍ର ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଛାତ୍ରୀଛାତ୍ରଙ୍କ ଘରୋଇ ଟିଉସନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଅଭିଯୋଗ ହେଲେ ସଂପୃକ୍ତ ଟିଉସନ୍‌ ଶିକ୍ଷକଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା...

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ...

ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ...

ଦାଉ ସାଧୁଛି ବର୍ଷା, ଚିନ୍ତାରେ ଚାଷୀ

ଜଗତସିଂହପୁର ଅଫିସ, ୨୨ା୧୨ (ପ୍ରମୋଦ କୁମାର ନାୟକ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ମାତ୍ରାଧିକ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri