Advertisement

ଅଗଷ୍ଟ ୧୫ରେ କାରାଗାରରୁ ମୁକୁଳିବେ ୬ କଏଦୀ

ବ୍ରହ୍ମପୁର ଅଫିସ,୧୩ା୮: ରାଜ୍ୟ ଆଇନ ବିଭାଗ ଚିଠି ନମ୍ବର ୮୯୫୧ କ୍ରମେ ବ୍ରହ୍ମପୁର ମଣ୍ଡଳକାରାଗାରରେ ସଜା କାଟୁଥିବା ୬ କଏଦୀଙ୍କୁ ଅଗଷ୍ଟ ୧୫ରେ ଜେଲରୁ ଛଡ଼ାଯିବ। କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ରାଜ୍ୟର ବିଭିନ୍ନ ଜେଲରେ ସଜା କାଟୁଥିବା କଏଦୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯେଉଁ କଏଦୀମାନେ ଜେଲର ସମସ୍ତ ନିୟମ ପାଳନ କରିଛନ୍ତି, ସେମାନଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆସିଛି ଓ ସେମାନେ ଦୀର୍ଘଦିନ ଧରି ସଜା କାଟୁଛନ୍ତି, ସେଭଳି କଏଦୀଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଚିହ୍ନଟ କରି ତାଙ୍କର ନାମ ଜେଲ୍‌ ଡିଜିଙ୍କ ନିକଟରେ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ କମିଟି ଏହାକୁ ବିଚାର କରି ରାଜ୍ୟର ବିଭିନ୍ନ ଜେଲରେ ଥିବା ୧୯ କଏଦୀଙ୍କୁ ଅଗଷ୍ଟ ୧୫ରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତନ୍ମଧ୍ୟରୁ ମଣ୍ଡଳକାରାଗାରରେ ଥିବା ୬ କଏଦୀଙ୍କୁ ଛଡ଼ାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share