Advertisement

ତେଜରାତି ଦୋକାନରେ ବିକୁଥିଲେ କଣ୍ଟ୍ରୋଲ ଚାଉଳ: ମାଡ଼ି ବସିଲା ଯୋଗାଣ ବିଭାଗ

ବାଲିଗୁଡ଼ା,୧୭।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ଶନିବାର ନୂଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଧିକାରୀମାନେ ଦୋକାନରୁ ୬ କୁଇଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଜବତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ତେଜରାତି ଦୋକାନରେ ସରକାରୀ କଣ୍ଟ୍ରୋଲ ଚାଉଳ ବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ଯୋଗାଣ ବିଗାଗକୁ ଖବର ମିଳିଥିଲା। ଏନେଇ ଅଧିକାରୀମାନେ ଅଚାନକ ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଧିକାରୀମାନେ ଦୋକାନରୁ ୬ କୁଇଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ କରିଥିଲେ।

ହେଲେ ଉକ୍ତ ଚାଉଳ ସମ୍ପର୍କରେ ଦୋକାନ ମାଲିକ ସୂର୍ଯ୍ୟ ପ୍ରସାଦ ଅଧିକାରୀମାନଙ୍କୁ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ । ଏଣୁ ଅଧିକାରୀମାନେ ଚାଉଳକୁ ଜବତ କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି। ଏନେଇ ଦୋକାନ ମାଲିକ ସୂର୍ଯ୍ୟ ପ୍ରସାଦଙ୍କ ନାମରେ ଏତଲା ଦାଏର କରାଯାଇଛି। ଘଟଣାର ଅନୁସନ୍ଧାନ ଜାରୀ ରହିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ଦିଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେର ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share