୬ ରାଜସ୍ବ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୨୫ା୫: ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ବେଆଇନ ଖଣି ଖନନ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଗୁରୁବାର ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଏମ୍‌ଡି ସୁଲତାନ ହକ୍‌ଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରଣପୁର ତହସିଲର ଆରଆଇ ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ଭାପୁର ତହସିଲରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଅରୁଣ କୁମାର ସେଠୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ରଣପୁର ତହସିଲର ରାଜସ୍ବ ସୁପର ଭାଇଜର ପ୍ରମୋଦ କୁମାର ବେହେରା ଓ ସେକ୍ସନ ଅଫିସର ଚନ୍ଦ୍ରଶେଖର ନନ୍ଦଙ୍କୁ ଅନୁରୂପ ଭାବେ ନିଲମ୍ବନ କରାଯାଇଛି। ଏନ୍‌ଜିଟି ନିର୍ଦ୍ଦେଶରେ ଏମାନଙ୍କ ନାମରେ ଚାନ୍ଦପୁର ଥାନାରେ ଫୌଜଦାରି ମାମଲା ରୁଜୁ କରାଯାଇଥିଲା।

Share