୪୮ ସେକେଣ୍ଡରେ ୬ ରକେଟ୍‌

ବାଲେଶ୍ୱର ଅଫିସ,୫।୧୧: ଡିଆର୍‌ଡିଓ ପକ୍ଷରୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ବିକଶିତ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର୍‌ ‘ପିନାକ’ର ସଫଳ ପରୀକ୍ଷା କରାଯାଇଛି। ଏକାଦିକ୍ରମେ ରକେଟ ଲଞ୍ଚର୍‌ରୁ ୪୮ ସେକେଣ୍ଡରେ ୬ଟି ରକେଟ୍‌ ନିକ୍ଷେପ କରାଯାଇଥିଲା। ଏହି ବିକଶିତ ରକେଟ ଲଞ୍ଚର୍‌ ସର୍ବାଧିକ ଦୂରତା ଅତିକ୍ରମ କରି ଲକ୍ଷ୍ୟଭେଦ କରିଥିବା ବିଭାଗ ସୂତ୍ରରୁ ଜଣାଯାଇଛି।
ଡିଆର୍‌ଡିଓ ପୁଣେର ଲାବରେଟାରୀ ଏସ୍‌ଆର୍‌ଡିଇ ଓ ଏଚ୍‌ଇଏମ୍‌ଆର୍‌ଏଲ୍‌ ପକ୍ଷରୁ ‘ପିନାକ’କୁ ବିକଶିତ କରାଯାଇଥିଲା। ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ରକେଟର ଗତିପଥ ଉପରେ ନଜର ରଖାଯାଇଥିଲା। ଯାହା ଠିକ୍‌ ଭାବେ ଲକ୍ଷ୍ୟଭେଦ କରିଥିବା ସ୍ପଷ୍ଟ ହୋଇଥିଲା। ‘ପିନାକ’ର ଏହି ବିକଶିତ ସଂସ୍କରଣ ଏମ୍‌କେ-ଆଇ(ନିର୍ମାଣାଧୀନ ଅବସ୍ଥାରେ ଥିବା)ର ସ୍ଥାନ ନେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share