ପାଟଣା,୨୩।୪(ସ୍ବ.ପ୍ର.): ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍କୁଲ ବସ୍ଗୁଡ଼ିକର ଯାଞ୍ଚ କରାଯାଉଛି। କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପାଟଣାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଜାଭିୟର ପବ୍ଲିକ ସ୍କୁଲର ୬ଟି ବସ୍ରୁ ୭୬ ହଜାର ୫୬୩ ଟଙ୍କାର ଚାଲାଣ କଟାଯାଇଛି। ବସ୍ର ଫିଟନେସ୍, ପର୍ମିଟ, ପଲ୍ୟୁସ୍ନ ଏବଂ ଚାଳକଙ୍କ ଲାଇସେନ୍ସ ନ ଥିବାରୁ ଏହି ଜରିମାନା କରାଯାଇଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କୁହାଯାଇଛି। କେନ୍ଦୁଝର ଟ୍ରାଫିକ ଇନ୍ସପେକ୍ଟର ସୁକୁରାମ ସୋରେନ, ଆସିଷ୍ଟାଣ୍ଟ ଟିଏସ୍ଆଇ ଅକ୍ଷୟ କୁଅଁରଙ୍କ ନେତୃତ୍ୱରେ ବସ୍ର କାଗଜପତ୍ର ଯାଞ୍ଚ କରାଯାଇ ଜରି ମାନା ଆଦାୟ କରାଯାଇଛି।