ଭଦ୍ରକ ଅଫିସ, ୧ା୫-ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥ ରାଣୀତାଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ଟି ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୫ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ହୋଇଯାଇଛି। ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବରପାଇ ଭଦ୍ରକରୁ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୬ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇସାରିଥିଲା। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ଦୋକାନୀମାନେ ଜିନିଷପତ୍ର କାଢିପାରି ନ ଥିଲେ।