ବିଷାକ୍ତ ଛତୁ ଖାଇ  ୬ ଅସୁସ୍ଥ

ବୋରିଗୁମ୍ମା୧୫।୦୭ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡ଼ା ପଞ୍ଚାୟତ ସର୍ଗିଗୁଡ଼ା ଗାଁରେ ବିଷାକ୍ତ ଛତୁ ଖାଇ  ୬ ଜଣ ଅସୁସ୍ଥ  ହୋଇପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଜଙ୍ଗଲରୁ ବିଷାକ୍ତ ଛତୁ ଆଣି କେତେ ଜଣ ରୋଷେଇ କରି ଖାଇଥିଲେ । କିଛି ସମୟ ପରେ ସମସ୍ତଙ୍କୁ ପ୍ରବଳ ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।