ରେଳ ଷ୍ଟେଶନରେ ୬ ଜଣଙ୍କୁ ଛୁରାମାଡ଼: ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଆହତ

ପ୍ୟାରିସ୍‌,୧୨।୧: ପ୍ୟାରିସ୍‌ର ଗାରେ ଡୁ ନୋର୍ଡ ବ୍ୟସ୍ତବହୁଳ ରେଳଷ୍ଟେଶନରେ ଜଣେ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ୬ଜଣଙ୍କୁ ଛୁରି ଭୁସି ଆହତ କରିଥିବା ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ପୋଲିସ ଗୁଳିରେ ଆକ୍ରମଣକାରୀ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି। ଏପରିକି ଆକ୍ରମଣରେ ଜଣେ ପୋଲିସ ଅଫିସରଙ୍କ ସମେତ ୨ଜଣ ଯୁବକ ଏବଂ ୩ଜଣ ମହିଳା ଆହତ ହୋଇଥିବା ନେଇ ଜଣେ ପୋଲିସ ଅଧିକାରୀ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ଅନେକ ମୃତାହତ ହୋଇଥାନ୍ତେ ବୋଲି କୁହାଯାଉଛି। ଅନ୍ୟପଟେ ଏହି ଘଟଣାକୁ ବିଭିନ୍ନ ମହଳରେ ନିନ୍ଦା କରାଯାଉଛି।

Share