ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଏଥି ସହିତ ସୁରକ୍ଷାବଳଙ୍କ ଗୁଳିରେ ପାଖାପାଖି ୬ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୋଦରଗାମ ଏବଂ କୁଲଗାମରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାବଳକୁ ସୂଚନା ମିଳିଥିଲା । ପରେ ସୁରକ୍ଷାବଳ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏହି ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅନ୍ୟପଟେ ଚିନିଗାମରେ ଜଣେ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେନା ଅପରେସନ୍‌ ଜାରି ରଖିଛି । ଖରାପ ପାଗ କାରଣରୁ ଆଜି ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

Share