Categories: ଜାତୀୟ

ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ ଅଲଆଉଟ୍‌ରେ ବଡ଼ ସଫଳତା ମିଳିଛି। ରାଜୌରୀର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ। ତେବେ ଏବେ ମଧ୍ୟ ଜଙ୍ଗଲରେ ୩-୪ ଜଣ ଆତଙ୍କବାଦୀ ରହିଛନ୍ତି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେମାନଙ୍କ ସନ୍ଧାନ ଜାରି ରହିଛି।

୯ରୁ ୧୦ ଜଣ ଲଶ୍କର ଆତଙ୍କବାଦୀ ପାକିସ୍ତାନରୁ ପୁଞ୍ଚ୍‌-ରାଜୌରୀ ଜଙ୍ଗଲ ମଧ୍ୟରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସୂଚନା ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହା ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ କହିଛି।

Share