Categories: ଫୁରସତ

ରାସ୍ତାକଡ଼ରେ ୬ ହଜାର ଘର

ୱାର୍ସ: ବିଶ୍ୱରେ ବିଭିନ୍ନ ଜାଗା ରହିଛି, ଯେଉଁଠାରେ ଲୋକଙ୍କ ରହଣି ସହ ଅନେକ କିଛି ଭିନ୍ନ ଧରଣର ହୋଇଥାଏ। ଏପରି ଏକ ଗଁା ରହିଛି, ଯେଉଁଠାରେ କି ରାସ୍ତାକଡ଼ରେ ହିଁ ପୂରା ଗଁାର ଲୋକ ତାଙ୍କ ବସତି ସ୍ଥାପନ କରିଛନ୍ତି। ଆଉ ସବୁଆଡ଼େ ଅନାଇଲେ କେବଳ କ୍ଷେତ ହିଁ କ୍ଷେତ ଦେଖିବାକୁ ମିଳିବ। ସବୁବେଳେ ଗଁାର ପରିବେଶ ସବୁଠାରୁ ସୁନ୍ଦର ଥାଏ। ଅଧିକାଂଶ ଜାଗାରେ ଗଛ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥାଏ, ଯେଉଁଥିପାଇଁ ଅନେକେ ଗଁାରେ ରହିବାକୁ ପସନ୍ଦ କରନ୍ତି। ପୋଲାଣ୍ଡର ଏକ ଗଁା ରହିଛି, ଯାହାର ନାମ ସୁଲୋସଜୋୱା। ଗଁାଟି ଉତ୍ତର-ପଶ୍ଚିମ ଦିଗକୁ ୩୦ କିମି ପର୍ଯ୍ୟନ୍ତ ବ୍ୟାପିଛି। ରିପୋର୍ଟ ମୁତାବକ, ଏଠାରେ ପାଖାପାଖି ୬ ହଜାର ଘର ରହିଛି। ଏହି ଗଁାର ଖାସ୍‌ କଥା ହେଉଛି, ଲୋକମାନେ ନିଜ ନିଜ ମଧ୍ୟରେ ବହୁତ ପାଖାପାଖି ରୁହନ୍ତି। ଅର୍ଥାତ୍‌ ଗୋଟିଏ ରାସ୍ତାର ଏପଟ ସେପଟ ଦୁଇ ପାର୍ଶ୍ୱରେ ହିଁ ନିଜ ଘର କରି ରହିଛନ୍ତି। କ୍ଷେତ ମଝିରେ ଏକ ୯ କି.ମି.ର ଏକ ପ୍ରମୁଖ ରାସ୍ତା ଯାଇଛି, ଯାହାକି ଗୋଟିଏ ଡାଳରୁ ବାହାରିଥିବା ଅଙ୍ଗୁର ପେନ୍ଥା ଭଳି ଦୃଶ୍ୟମାନ ହେଉଛି। ଏଥିନିମନ୍ତେ ଗାଁଟି ଅତି ସୁନ୍ଦର ଦେଖାଯାଉଥିବାବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି।

Share