Categories: ଜାତୀୟ

ଏହି ଷ୍ଟେଶନରୁ ୬ ଟ୍ରେନ୍‌ ୧ ମାସ ପାଇଁ ହେବ ବାତିଲ

ଜୟପୁର,୧୬ା୮: ଯଦି ଆପଣ ଜୟପୁର ଜଙ୍କସନରୁ ଟ୍ରେନ୍‌ରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଟ୍ରେନର ଅବସ୍ଥାନ ଜାଣିରଖନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ ଜୟପୁର ରେଳ ଷ୍ଟେଶନରୁ ଚାଲୁଥିବା ୬ଟି ଟ୍ରେନ୍‌ ୧ ମାସ ପାଇଁ ଆଂଶିକ ବାତିଲ ହେବାକୁ ଯାଉଛି। ବାସ୍ତବରେ, ଜୟପୁର ଜଙ୍କସନର ୟାର୍ଡ ନମ୍ବର ୧ରେ ଓ୍ବାଶେବଲ୍‌ ଆପ୍ରୋନ ପୁନଃ କରାଯାଉଛି। ନିର୍ମାଣ କାର୍ଯ୍ୟ ଯୋଗୁ ଟ୍ରେନ୍‌ ବାତିଲ ହେବ।

ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ଦେଶର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକୁ ଆଧୁନିକୀକରଣ କରାଯାଉଛି। ଏହି ଯୋଜନାରେ ଜୟପୁର ଜଙ୍କସନ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଜୟପୁର ରେଳ ଷ୍ଟେଶନକୁ ମଧ୍ୟ ନବୀକରଣ କରାଯିବ। ଏହା ଅଧୀନରେ ରେଳ ଷ୍ଟେଶନର ୧ ନଂ ପ୍ଲାଟ୍‌ଫର୍ମରେ ଯେଉଁଠାରେ ଟ୍ରେନ୍‌ ଧୋଇବା ପାଇଁ ପୁନଃ ନିର୍ମାଣ କରାଯାଉଛି। ତେଣୁ ୨୮ ଦିନ ପାଇଁ ୬ଟି ଟ୍ରେନକୁ ଆଂଶିକ ବାତିଲ କରିବାର ଯୋଜନା ରହିଛି। ଜୟପୁର ଷ୍ଟେଶନରୁ ଦେଶର ବିଭିନ୍ନ ସ୍ଥାନକୁ ରେଳ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।

Share