୯ରୁ ୬ ମହିଳା ପ୍ରାର୍ଥୀ

ଭୁବନେଶ୍ୱର,୧୮ା୪(ଅନିଲ ଦାସ)ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଆଉ ୯ ବିଧାନସଭା ଆସନ ପାଇଁ ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିସହିତ ସମ୍ବଲପୁର ଓ ରେଢ଼ାଖୋଲ ଆସନରେ ପ୍ରାର୍ଥୀଙ୍କୁ ଅଦଳବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ଏହି ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ବିଜେଡି ୯ଜଣଙ୍କ ମଧ୍ୟରେ ୬ଜଣ ମହିଳାଙ୍କୁ ଟିକେଟ ଦେଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଆସନଭାବେ କଣ୍ଟାବାଞ୍ଜିରୁ ଲଢ଼ିବାକୁ ମଧ୍ୟ ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ ଜୟପୁର ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଏବଂ ଅନୁଗୋଳରୁ ସଂଯୁକ୍ତା ସିଂଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏଥର ୪ଜଣ ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ସେମାନେ ହେଲେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ନିମାପଡ଼ା

ବିଧାୟକ ସମୀର ରଞ୍ଜନ ଦାଶ ଏବଂ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ। ରଜନୀକାନ୍ତଙ୍କ ବଦଳରେ ଦଳ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ଟିକେଟ ଦେଇଛି। ଅରୁନ୍ଧତୀ ଦେବୀ, ରାଜେନ୍ଦ୍ର ଛତ୍ରିଆ ଓ ଦିଲୀପ ନାୟକ ନିକଟରେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ସେମାନଙ୍କୁ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଅନ୍ୟପକ୍ଷରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ସମ୍ବଲପୁରରୁ ପ୍ରାର୍ଥୀ କରିଥିଲା। ତେବେ ସେଠାରୁ ସେ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଦଳର ସଭାପତିଙ୍କୁ ଜଣାଇଥିବା ନେଇ ଗତ କିଛିଦିନ ହେବ ଚର୍ଚ୍ଚା ହେଉଥିଲା। ଶେଷରେ ଦଳ ତାଙ୍କ ଅସନ୍ତୋଷକୁ ଦୂର କରି ସିଟ୍‌କୁ ପରିବର୍ତ୍ତନ କରିଛି। ପ୍ରସନ୍ନଙ୍କୁ ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ କରାଯାଇଛି। ସେଠାରେ ପୂର୍ବରୁ ପ୍ରାର୍ଥୀ ଘୋଷିତ ହୋଇଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରାଯାଇଛି। ଏହି ପର୍ଯ୍ୟାୟକୁ ମିଶାଇ ବିଜେଡି ଏ ପର୍ଯ୍ୟନ୍ତ ମୋଟ ୧୨୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୮ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନ ଭଳି ବିଜେଡି ନବୀନଙ୍କୁ ୨୦୨୪ ନିର୍ବାଚନରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରୁ ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ଗତ ନିର୍ବାଚନରେ ବଲାଙ୍ଗୀର ଜିଲାରେ ବିଜେଡିର ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା। ବଲାଙ୍ଗୀର ଲୋକ ସଭା ଆସନ ସମେତ ୫ଟି ବିଧାନସଭା ସିଟ୍‌ରୁ ବିଜେଡି ମାତ୍ର ୨ଟି ଆସନରେ ବିଜୟୀ ହୋଇପାରିଥିଲା। କଣ୍ଟାବାଞ୍ଜିି ଆସନରେ ବିଜେଡି ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ବଲାଙ୍ଗୀର ବିଧାନସଭା ଆସନ କଂଗ୍ରେସ ଓ ଲୋଇସିଂହା ସିଟ୍‌ ଭାଜପା ହାତେଇ ଥିଲା। ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଏବଂ ଲୋଇସିଂହା ସିଟ୍‌ରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ। ବିଜେଡିକୁ ଟିଟିଲାଗଡ଼ ଓ ପାଟଣାଗଡ଼ ସିଟ୍‌ ମିଳିଥିଲା। ନବୀନ କଣ୍ଟାବାଞ୍ଜିିରୁ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶାରେ ବିଜେଡି ଆସନ୍ତା ନିର୍ବାଚନରେ କ୍ଲିନ୍‌ସୁଇପ କରିବା ଲକ୍ଷ୍ୟରେ ରହିଛି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା କରିବା ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ନବୀନଙ୍କୁ ଜିତାଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଣ୍ଟାବାଞ୍ଜିରେ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି। ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବା ପାଇଁ ବିଜେଡି ଏହି ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରୁ ବିଜୟୀ ହେବା ପରେ ନବୀନ ବିଜେପୁର ଛାଡ଼ିଥିଲେ। ସେଠାରେ କଂଗ୍ରେସର ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେହିପରି ଜଣେ ମହିଳା ପ୍ରାର୍ଥୀଙ୍କୁ ଦୃଷ୍ଟିରେ ରଖି ବିଜେଡି ଏହି କାର୍ଡ ଖେଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ସମ୍ବଲପୁର ଭାଜପା ଏମ୍‌ପି ନୀତେଶ ଗଙ୍ଗଦେବ ୨୦୧୪ରେ ଦେବଗଡ଼ରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ତାଙ୍କ ପାରମ୍ପରିକ ସିଟ୍‌ ଦେବଗଡ଼ ବିଧାନସଭା ଆସନରୁ ଭାଜପା ସୁବାସ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦଳ ସୁବାସଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଭାଜପା ନୀତେଶଙ୍କୁ କୌଣସି ଲୋକ ସଭା କିମ୍ବା ବିଧାନସଭା ଆସନ ପାଇଁ ଟିକେଟ ଦେଇନାହିଁ। ନୀତେଶ ଇସ୍ତଫା ଦେଇ ନ ଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ଭାଜପାରୁ ଇସ୍ତଫା ଦେଇ ମଙ୍ଗଳବାର ବିଜେଡିରେ ସାମିଲ ହୋଇଥିଲେ। ଏହାର ଦିନକ ପରେ ଦଳ ତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ଦେବଗଡ଼ରୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ...

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image