ଚେନ୍ନାଇରେ ଅଟକ ଅଛନ୍ତି ୬ ଦାଦନ ଶ୍ରମିକ

କର୍ଲାମୁଣ୍ଡା,୧୩ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ ମାଲିକଙ୍କ ଦ୍ୱାରା ନିର୍ଯାତନା ଶିକାର ହେଉଥିବା ନେଇ ଏକ ଭିଡିଓ ଜରିଆରେ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଭୁଏରମୁଣ୍ଡା ଗ୍ରାମର ଦୀନବନ୍ଧୁ ସାହୁ (୨୨) ଶକ୍ତି ସାହୁ(୧୯) ସମୀର ସାହୁ(୧୮)ଅମୀର ସାହୁ(୧୯) ତୁମେଶ୍ୱର ସାହୁ(୧୮) ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡୁର ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଏନେଇ କଳାହାଣ୍ଡି ଜିଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କୁ ଯୋଗାଯୋଗ କରାଯିବାରୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।