Posted inଖେଳ

୬ ବର୍ଷ ଅପେକ୍ଷାର ହେଲା ଅନ୍ତ, ଯୁବରାଜ, ଶେହଓ୍ବାଗ,ରବି ଶାସ୍ତ୍ରୀ ସମସ୍ତଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓ୍ବାଇଜାକ ଟେଷ୍ଟରେ ଶୁବମନ ଗିଲ ଫର୍ମକୁ ଫେରି ଏକ ଶତକ ହାସଲ କରିଥିଲେ। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ କ୍ୟାରିୟର ଏବଂ କ୍ୟାରିୟରର ଦଶମ ଆନ୍ତର୍ଜାତୀୟ ଶତକ। ଏହା ସହ ଶୁବମନ ଏକ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଯୁବରାଜ ସିଂ, ବିରେନ୍ଦ୍ର ସେହୱାଗ, ରବି ଶାସ୍ତ୍ରୀଙ୍କୁ ପଛରେ ପକାଇ ତାଙ୍କ ନାମରେ ଏକ ବଡ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ସେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପଛରେ ଅଛନ୍ତି।
ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଓ୍ବାଇଜାକରେ ଇଂଲଣ୍ଡ ବିପକ୍ଷରେ ଏକ ଆଶ୍ଚର୍ଯ୍ୟଜନକ ଶତକ ଖେଳିଥିଲେ। ଏହା ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟରର ଦଶମ ଶତକ ଥିଲା। ୨୪ ବର୍ଷ ବୟସରେ ନିଜର ଦଶମ ଶତକ ସ୍କୋର କରି ଗିଲ ରବି ଶାସ୍ତ୍ରୀ, ଯୁବରାଜ ସିଂ ଏବଂ ବିରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇଛନ୍ତି। ଏହି ସମସ୍ତ ତିନି ଖେଳାଳି ୨୪ ବର୍ଷ ବୟସରେ ୯ ଶତକ ହାସଲ କରିଥିଲେ। ୨୪ ବର୍ଷ ବୟସରେ ସେ ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସଚିନ ତେନ୍ଦୁଲକର ଏପର୍ଯ୍ୟନ୍ତ ଏହି ତାଲିକାରେ ରାଜ କରୁଛନ୍ତି, କାରଣ ସେ ଏହି ବୟସ ସୁଦ୍ଧା ୩୦ ଶତକ ସ୍କୋର କରିଥିଲେ। ଯେଉଁଠି ୨୧ ଶତକ ହାସଲ କରିଥିବା ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଠାରେ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ।

୩୦- ସଚିନ ତେନ୍ଦୁଲକର
୨୧ – ବିରାଟ କୋହଲି
୧୦ – ଶୁବମନ ଗିଲ
୯ – ରବି ଶାସ୍ତ୍ରୀ
୯ – ବିରେନ୍ଦ୍ର ସେହୱାଗ
୯ – ଯୁବରାଜ ସିଂ

ଓ୍ବାଇଜାକରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରି ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଆଉ ଏକ ବଡ଼ ରେକର୍ଡ ଅଛି ଯାହା ଗିଲ ତାଙ୍କ ନାମରେ କରିଛନ୍ତି। ବାସ୍ତବରେ, ଗତ କିଛି ଟେଷ୍ଟ ମ୍ୟାଚ ପାଇଁ ଗିଲ ନମ୍ବର -୩ରେ ବ୍ୟାଟିଂ କରୁଛନ୍ତି। ଏହି ବ୍ୟାଟିଂ କ୍ରମରେ ଖେଳିବାବେଳେ ଏହା ଗିଲଙ୍କର ପ୍ରଥମ ଶତକ। କେବଳ ଏତିକି ନୁହେଁ, ୨୦୧୭ ପରେ ତିନି ନମ୍ବରରେ ବ୍ୟାଟିଂ କରିଥିବା ଭାରତୀୟ ଖେଳାଳି ଏକ ଶତକ ହାସଲ କରିଛନ୍ତି। ଅର୍ଥାତ୍‌ ୬ ବର୍ଷ ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ଏକ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ୨୦୧୭ରେ ଚେତେଶ୍ୱର ପୂଜାରା ଏହି ବଡ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

ବଡ଼ ଗେମ୍‌ ଖେଳିବା ଯୋଜନାରେ କେ ଏଲ୍‌ ରାହୁଲ, ୧୩ ଦିନ ମଧ୍ୟରେ LSG ମାଲିକଙ୍କୁ ଲାଗିପାରେ ଝଟ୍‌କା

ନୂଆଦିଲ୍ଲୀ,୧୮।୧୦: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ପୂର୍ବରୁ ସବୁ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କେଉଁ ଦଳ ପ୍ରଥମେ କାହାକୁ ରିଟେନ୍‌ କରିବେ ତାହାର...

୧୪ ବର୍ଷ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭବିଷ୍ୟବାଣୀ କରିଥିଲେ ଜୋଫ୍ରା ଆର୍ଚର

ନୂଆଦିଲ୍ଲୀ,୧୮।୧୦: ନ୍ୟୁଜିଲ୍ୟାଣ୍ଡ ସହ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ନିରାଶାଜନକ ବ୍ୟାଟିଂର ସାକ୍ଷୀ ହୋଇଛି। ୪୬ ସ୍କୋରରେ ପୂରା ଦଳ...

IPL 2025 ମେଗା ଅକ୍ସନର ଆସିଲା ତାରିଖ! ଜାଣନ୍ତୁ କେବେ ହେବ ଏହାର ଆୟୋଜନ

ନୂଆଦିଲ୍ଲୀ,୧୮।୧୦: IPL 2025 ର ମେଗା ନିଲାମକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି। ଏବେ ଏହାର ତାରିଖ ପ୍ରକାଶ ପାଇଛି। ଏହା କୁହାଯାଉଛି ଯେ...

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri