ଲୁଧିଆନା: ପଞ୍ଜାବର ଲୁଧିଆନାରେ ରହୁଥିବା ପ୍ରଣବ ଚୈାହାନ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି। ସେପ୍ଟେମ୍ବର ୪ ଅର୍ଥାତ ଶୁକ୍ରବାର ସେ ନିଜ ଆଖିରେ ପଟି ବାନ୍ଧି ୧୬ କିଲୋମିଟର ସ୍କେଟିଂ କରିଥିଲେ। ଏଥିପାଇଁ ତାଙ୍କୁ ୧୬ ମିନିଟ୍ ସମୟ ଲାଗିଥିଲା। ଲୁଧିଆନାର ଲେୟର ବୈଲୀ ସ୍କେଟିଂ ଷ୍ଟାଡିୟମରେ ସେ ଏଭଳି କାରନାମା କରି ଦେଖାଇଛନ୍ତି।
ପ୍ରଣବଙ୍କ ବାପା କୁହନ୍ତି, ପୂର୍ବରୁ ଆଖିରେ ପଟି ବାନ୍ଧି ୧୪ କିମି ସ୍କେଟିଂ କରିବାର ରେକର୍ଡ ରହିଛି। ହେଲେ ପ୍ରଣବ ତାହାକୁ କାଟିଛନ୍ତି। ତେବେ ପୁଅଙ୍କ ଏହି ଉପଲବ୍ଧି ନେଇ ସେ ଗିନିଜ ଓ୍ବାଲ୍ଡ ରେକର୍ଡକୁ ପହଞ୍ଚାଇବେ। ଚଳିତ ବର୍ଷ ଫେବୃୟାରୀରେ ସେ ୩୦.୪ କିମି ମାରାଥନ ସ୍କେଟିଂ କରିଥିଲେ। ସେତେବେଳେ ତାଙ୍କୁ ୨ ଘଣ୍ଟା ୧୩ ମିନିଟ୍ ସମୟ ଲାଗିଥିଲା।
୩.୫ ବର୍ଷ ବୟସରୁ ପ୍ରଣବ ସ୍କେଟିଂ କରିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଣବଙ୍କ ପ୍ରତିଭାକୁ ଦେଖି କ୍ଲବ-୨୧ ତାଙ୍କୁ ସ୍ପନ୍ସର କରି ସମସ୍ତ ଖର୍ଚ୍ଚ ବହନ କରିଥାଏ।