ଖରସ୍ରୋତାରେ ୬ ଯୁବକ ବୁଡ଼ିଯିବା ଘଟଣା: ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ

ଯାଜପୁର ଅଫିସ,୧୯ା୩: ଯାଜପୁର ଥାନା ଅନ୍ତର୍ଗତ ବଡ଼ସୁଆର ଗ୍ରାମର ମଙ୍ଗଳା ମନ୍ଦିର ନିକଟ ଖରସ୍ରୋତାକୁ ହୋଲି ଖେଳି ସାରି ଗାଧୋଇ ଯାଇଥିବା ୬ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନ ସୁଦ୍ଧା ଓଡ୍ରାଫ ଟିମ୍‌, ଦମକଳ ବାହିନୀ ଏବଂ ସ୍ଥାନୀ ପୋଲିସ ଦ୍ୱାରା ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ କରଣ ଜେନା(୧୯), ଶୁଭମ ଜେନା (୧୯), ସୁବତ୍ର ଜେନା(୨୦), କ୍ରିଷ୍ଣା ଜେନା(୨୦)। ଅନ୍ୟ ଦୁଇଜଣଙ୍କୁ ଏବେ ବି ଖୋଜା ଚାଲିଛି। ପୋଲିସ ମୃତକମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନିଖୋଜ ଦ୍ୱୟଙ୍କ ନାମ ରାହୁଲ ଜେନା ଏବଂ ବବୁଲ ଜେନା ବୋଲି ଜଣାପଡ଼ିଛି।