Advertisement

କୃଷି ଓଡ଼ିଶାରେ ଯୋଗ ଦେବାକୁ ୬୦ ଚାଷୀ ଗଲେ ଭୁବନେଶ୍ୱର

ଜୁନାଗଡ଼,୫ା୧(ସୁନୀଲ କୁମାର ସିଂହ): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଗତ ୩ ତାରିଖଠାରୁ କୃଷି ଓଡିଶା କାର୍ଯ୍ୟକ୍ରମ ଚାଲୁଛି। ଏହି ପରିପ୍ରେକ୍ଷୀରେ ରବିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜୁନାଗଡ଼ ବ୍ଲକର ୬୦ ଜଣ ଚାଷୀ (ଉଭୟ ମହିଳା ଓ ପୁରୁଷ) ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛନ୍ତି। ଏହି ଚାଷୀମାନଙ୍କୁ ଜୁନାଗଡ଼ କୃଷି ବିଭାଗ ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଏହି ସମୟରେ ଜୁନାଗଡ଼ ବ୍ଲକ କୃଷି ଅଧିକାରୀ ରଞ୍ଜନ ପଟେଲ, ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଜିଲା ସଂଯୋଜିକା (ଏପିଆଇସିଓଏଲ) ଏଲିନା ନାୟକ, ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share