Categories: ଜାତୀୟ

ଅହମଦାବାଦରେ ୬୦ ଘଣ୍ଟା କର୍ଫ୍ୟୁ

ଅହମଦାବାଦ, ୨୦ା୧୧-ଗୁଜରାଟର ଅହମଦାବାଦରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଗୁଜରାଟ ସରକାର ଶୁକ୍ରବାର ରାତି ୯ଟାରୁ ଏଠାରେ ୬୦ ଘଣ୍ଟା ଲାଗି କର୍ଫ୍ୟୁ ଜାରି କରିଛନ୍ତି। ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କେବଳ ଔଷଧ, କ୍ଷୀର ଦୋକାନଗୁଡ଼ିକ ଏଠାରେ ଖୋଲା ରହିବ ବୋଲି କୁହାଯାଇଛି। କର୍ଫ୍ୟୁ ପରେ ରାତି ୯ଟାରୁ ସକାଳ ୬ଟା ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଆର୍‌.କେ. ଗୁପ୍ତା ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଲଗାଯିବାର କୌଣସି ସମ୍ଭାବନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପ୍ରକାଶ କରିଛନ୍ତି।

Share