Posted inଫୁରସତ

ପ୍ରାଣୀଙ୍କ ପାଇଁ ଛାଡ଼ିଲେ ୬୦ ଲକ୍ଷର ଚାକିରି

ୱାଶିଂଟନ: ବହୁତ ଲୋକ ନିଜ ଘରେ ଗୃହପାଳିତ ପ୍ରାଣୀ(ପେଟ୍‌)ଙ୍କୁ ରଖିଥାନ୍ତି। ସେମାନେ ପ୍ରାଣୀଙ୍କୁ ଏତେ ଭଲ ପାଆନ୍ତି ଯେ, ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥା’ନ୍ତି। ହେଲେ ଅନେକ ସମୟରେ ସେମାନେ ତାଙ୍କ ପେଟ୍‌ଙ୍କ ଭାଷା ବୁଝିବାରେ ସକ୍ଷମ ହୋଇ ନ ଥା’ନ୍ତି। ତେବେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ପ୍ରାଣୀଙ୍କ ଭାଷା ବୁଝିପାରିବାର କଳା ରହିଥାଏ। ଆମେରିକାର ଜଣେ ମହିଳାଙ୍କ ପାଖରେ ମଧ୍ୟ ଏପରି ଅସାଧାରଣ କଳା ରହିଛି; ଯାହା ତାଙ୍କୁ ପ୍ରସିଦ୍ଧ କରୁଛି। ଜଣେ ଓକିଲ ଥିବା ୩୩ ବର୍ଷୀୟା ନିକି ଭାସ୍‌କୋନେଜ୍‌ଙ୍କୁ ଲୋକେ ଏବେ ପ୍ରାଣୀଙ୍କ ପ୍ରଫେଶନାଲ ଥେରାପିଷ୍ଟ ମାନୁଛନ୍ତି। ପ୍ରାଣୀ ମନୋବୈଜ୍ଞାନିକଙ୍କ ପ୍ରତି ସେ ତାଙ୍କର ଏକ କ୍ୟାରିୟର ଆରମ୍ଭ କରିଦେଇଛନ୍ତି। ଏବେ ସେ ସେଥିପାଇଁ ଅଧିକ ପ୍ରସିଦ୍ଧ ହୋଇଛନ୍ତି। ନିକିଙ୍କ ଓକିଲାତି ପାଇଁ ତାଙ୍କୁ ପ୍ରାୟ ୬୨ ଲକ୍ଷ ଟଙ୍କା ମିଳୁଥିଲା। ନିକି ଏହା ମଧ୍ୟରେ ନିଜକୁ ପ୍ରାଣୀଙ୍କ ମନୋବିଜ୍ଞାନ ପଢ଼ିବାକୁ ଟ୍ରେନ କରିଛନ୍ତି। ଏହାପରେ ତାଙ୍କୁ ଏହି କାମରେ ଏତେ ମଜା ଲାଗିଲା ଯେ, ସେ ନିଜ ଚାକିରି ଛାଡ଼ିଦେଲେ ଏବଂ ଏକ ଥେରାପି କ୍ଲିନିକ୍‌ ଖୋଲିଦେଲେ। ୨୦୨୦ ସେପ୍ଟେମ୍ବରରେ ସେ ତାଙ୍କ ସ୍ବପ୍ନର ଚାକିରି ଆରମ୍ଭ କରିଥିଲେ। ତାଙ୍କୁ ଏଥିରେ ବହୁତ ଶୀଘ୍ର ସଫଳତା ମଧ୍ୟ ମିଳିଗଲା। ରିପୋର୍ଟ ମୁତାବକ, ନିକି ତାଙ୍କ ଏହି ନୂଆ ଚାକିରିରେ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଆଗରୁ ତାଙ୍କୁ ଏହି କାମ ଓକିଲାତି ସହିତ କରିବାକୁ ପଡୁଥିଲା। ହେଲେ ଏବେ ସେ କେବଳ ଏହି କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ମଧ୍ୟ ଅଧିକ ଡକରା ଆସୁଛି। ତାଙ୍କ ଥେରାପି ପାଇଁ ସେ ୨୭ ହଜାର ଟଙ୍କା ଡିମାଣ୍ଡ କରିଥାନ୍ତି। ସେ ତାଙ୍କର ଏହି କାମର ଆରମ୍ଭ ନିଜ ପେଟ୍‌ ଏବଂ ଅଜଣା ପ୍ରାଣୀଙ୍କଠାରୁ କରିଥିଲେ। ଏହାପରେ ସେ ଏଥିରେ ପ୍ରଫେଶନାଲ ଲେଭଲରେ କାମ କରିବାକୁ ଆରମ୍ଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri