ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ

କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ  ବର୍ଦ୍ଧିତ ମୂଲ୍ୟ ଏଠାକାର ଲୋକଙ୍କଠାରୁ ସେମାନଙ୍କ ଭୋକ ଛଡ଼ାଇନେଇଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଏବଂ କୃଷି ସଂଗଠନର ସଦ୍ୟତମ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏଥିରେ ପରିସ୍ଥିତିର ଗମ୍ଭୀରତା ଉପରେ ଏକ ଚେତାବନୀ  ଦିଆଯାଇଛି। ଲଗାତର ଦୁଇଟି ଋତୁ ଶ୍ରୀଲଙ୍କାରେ କୃଷି କ୍ଷେତ୍ରରେ ଅନୁକୂଳ ପ୍ରମାଣିତ ହୋଇଛି। ଦେଶର ପ୍ରାୟ ଅଧା ଫସଲ ନଷ୍ଟ ହୋଇଯାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଖାଦ୍ୟ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ନୁହେଁ।

ଶ୍ରୀଲଙ୍କା ତୁରନ୍ତ ସାହାଯ୍ୟ ଆବଶ୍ୟକ କରୁଛି। ଖାଦ୍ୟ ସାମଗ୍ରୀର ଘୋର ଅଭାବ ରହିଛି। ଯେଉଁଥିପାଇଁ ଲୋକଙ୍କ ଜୀବନ ବିପଦରେ ଅଛି। ଏପରିକି ଏହି ରିପୋର୍ଟରେ କୁହାଯାଇଛି, ଯଦି ଶ୍ରୀଲଙ୍କା ସାହାଯ୍ୟ ପାଇବ ନାହିଁ, ତେବେ ଏହା ନିଜେ ଏହି ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ନୁହେଁ। ଶ୍ରୀଲଙ୍କାର ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ। ଗତ କିଛି ବର୍ଷ ମଧ୍ୟରେ ଦେଶର ଉତ୍ପାଦନ କ୍ଷମତା ଯେପରି ହ୍ରାସ ପାଇଛି, ସ୍ଥିତି କ୍ରମାଗତ ଭାବେ ବିଗିଡ଼ି ଯାଇଛି।

Share