ବେଜିଂ: ନିକଟରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ଜୀବନ୍ତ ୬୦ଟି ପରଜୀବୀ ବାହାର କରିଛନ୍ତି। ଚାଇନାର କୁନ୍ମିଙ୍ଗସ୍ଥିତ ଜଣେ ମହିଳାଙ୍କ ଆଖି ସବୁବେଳେ କୁଣ୍ଡେଇ ହେଉଥିଲା। ସେ ଦିନେ ତାଙ୍କ ଆଖି କୁଣ୍ଡେଇବା ବେଳକୁ ଏକ କୀଟ ଖସିପଡ଼ିଥିଲା। ମହିଳା ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ପରୀକ୍ଷଣ ପରେ ଜଣାପଡ଼ିଥିଲା ଯେ ତାଙ୍କ ଆଖିପତା ମଧ୍ୟରେ ଅନେକଗୁଡ଼ିଏ କୀଟ ହୋଇଯାଇଛନ୍ତି। ତେବେ ଡାକ୍ତରମାନେ ଅସ୍ତ୍ରୋପଚାର କରି ମହିଳାଙ୍କ ଡାହାଣ ଆଖିରୁ ୪୦ରୁ ଅଧିକ କୀଟ କାଢ଼ିଥିବାବେଳେ ତାଙ୍କ ବାମ ଆଖିରୁ ୧୦ରୁ ଅଧିକ ଜୀବନ୍ତ କୀଟ ବାହାର କରିଥିଲେ।