Categories: ଫୁରସତ

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ, ପୂରା ଘଟଣା ଜାଣିଲେ…

ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଏକ ଭୟାନକ ଅପରେଶନ କରିଛନ୍ତି, ଯେଉଁଥିରେ ଜଣେ ମହିଳାଙ୍କ ଆଖିରୁ ୬୦ରୁ ଅଧିକ ଜୀବନ୍ତ ପୋକ ବାହାର କରିଛନ୍ତି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୀଡ଼ିତା ମହିଳାଙ୍କ ନାମ ଯଦିଓ ଜଣାପଡ଼ିନାହିଁ ପୋକ ପଶିବା କାରଣ ସାମ୍ନାକୁ ଆସିଛି। ଯାହା ଜାଣିଲେ ଚକିତ ହେବେ।

ମହିଳାଙ୍କ ଆଖି କୁଣ୍ଡେଇ ହେଉଥିଲା। ଏଥିର ସେ ରକ୍ଷା ପାଇବା ପାଇଁ ଆଙ୍ଗୁଠିରେ ରଗଡ଼ି ଦେଇଥିଲେ। ଏହା ପରେ ଏକ ପରଜୀବୀ ପୋକ ବାହାରିଯାଇଥିଲା। ସେ ଏହି ଗୋଟିଏ ପୋକ ଦେଖି ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ପରୀକ୍ଷା କରିବାରୁ ଜାଣିଲେ ତାଙ୍କ ବାମପଟ ଆଖିରୁ ୧୦ରୁ ଅଧିକ ଏବଂ ଡାହାଣ ଆଖିରୁ ୪୦ରୁ ଅଧିକ ଜୀବନ୍ତ ପୋକ ବାହାରିଲେ।

ଡାକ୍ତର ଗୁଆନ ଉକ୍ତ ମହିଳାଙ୍କ ଆଖି ଅପରେଶନ କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ୬୦ରୁ ଅଧିକ ପରଜୀବୀ ପୋକ ବାହାରିବା ଏକ ଦୁର୍ଲଭ ମାମଲା। ଡାକ୍ତରଙ୍କ କହିବା କଥା ଫିଲାରିୟୋଇଡିଆ ପ୍ରଜାତିର ରାଉଣ୍ଡଓ୍ବାର୍ମରୁ ସଂକ୍ରମିତ। ଯାହା ମାଛି କାମୁଡ଼ିବାରୁ ହୋଇଥାଏ। ଡାକ୍ତର କହିଛନ୍ତି, ଏହି ରୋଗ ପାଳିତ ପଶୁଙ୍କଠାରୁ ବି ହୋଇଥାଏ। ତେଣୁ ଏମାନଙ୍କୁ ଛୁଇଁଲେ ତୁରନ୍ତ ଭଲ ଭାବେ ହାତ ଧୋଇବା ଉଚିତ। ନଚେତ ଏପରି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

Share