ଘଣ୍ଟାଏରେ ଗୋଟିଏ ସ୍ଥାନରେ କାମୁଡୁଛନ୍ତି ୬୦ ମଶା

ଭୁବନେଶ୍ୱର, ୧୮।୧୧ (ବନ୍ଦନା ସେଠୀ): ମଶା ଦାଉରେ କଲବଲ ରାଜଧାନୀବାସୀ। ରାତି ହେଉ କି ଦିନ ଦ୍ୱିପ୍ରହର, ଶାନ୍ତିରେ ବସି କି ଶୋଇ ହେଉନାହିଁ। ଘରଠୁ ବାହାର, ଅଫିସ୍‌ରେ ବି ଗୋଡ଼ାଇ କାମୁଡୁଛନ୍ତି ମଶା। ଗାଁ ଗହଳି, ଉପାନ୍ତ ଅଞ୍ଚଳଠାରୁ ବଳିଗଲାଣି ସ୍ମାର୍ଟସିଟି ଭୁବନେଶ୍ୱର। ଏଠାରେ ମଶାଙ୍କ ପ୍ରାଦୁର୍ଭାବ ଏତେ ବଢି ଯାଇଛି ଯେ, ମଶାଧୂପ କିମ୍ବା ବଜାରରେ ମିଳୁଥିବା ବିଭିନ୍ନ ସ୍ପ୍ରେ କିଛି ବି କାମ କରୁନି। ଅଧିକାଂଶ ଘରେ ଏବେ ଦିନରାତି ମଶାରି ଟଙ୍ଗା ହୋଇ ରହୁଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ, ଏବେ ଭୁବନେଶ୍ୱରରେ ମଶାର ସାନ୍ଧ୍ରତା (ପର୍‌ ମ୍ୟାନ୍‌ ଆଓ୍ବାର୍‌) ୬୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କୁ ଘଣ୍ଟାଏ ଭିତରେ ଶରୀରର ଗୋଟିଏ ସ୍ଥାନରେ ୬୦ଟି ମଶା କାମୁଡୁଛନ୍ତି। ପୂର୍ବରୁ ଏହି ସାନ୍ଧ୍ରତା ୪୦ରୁ ତଳେ ରହିଥିଲା। ସାନ୍ଧ୍ରତା ୫୦ରୁ ତଳକୁ ରହିଲେ ଏହାକୁ ସାଧାରଣ ବୋଲି ବିବେଚନା କରାଯାଏ। ମାତ୍ର ଭୁବନେଶ୍ୱରରେ ଏହାଠାରୁ ଢ଼େର୍‌ ଅଧିକ ରହୁଥିବାରୁ ସ୍ଥିତି ଚିନ୍ତାଜନ ରହିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଦାୟୀ କରିଛନ୍ତି ସ୍ମାର୍ଟସିଟିବାସୀ। ସହରରୁ ବାହାରୁଥିବା ଆବର୍ଜନାକୁ ଠିକ୍‌ ଭାବେ ପରିଚାଳନା କରି ପାରୁ ନ ଥିବାରୁ ସହରସାରା ଏବେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି, ଏହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଥିବା କୁହାଯାଉଛି। ସାଧାରଣତଃ ଅକ୍ଟୋବରରୁ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇ ଜାନୁୟାରୀ ପର୍ଯ୍ୟନ୍ତ ଜାରି ରହିଥାଏ। ତେଣୁ ଏହି ସମୟରେ ଲାର୍ଭା ନଷ୍ଟକଲେ ମଶା ନିୟନ୍ତ୍ରଣ ସମ୍ଭବ। କିନ୍ତୁ ବିଏମ୍‌ସି ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ନାମକୁ ମାତ୍ର ଫଗିଂ କରି ଦୋଷ ଖସାଇବାକୁ ବସିଛି। ଲାର୍ଭାରୁ ମଶା ବାହାରି ଏବେ ଉଡିବା ଆରମ୍ଭ କଲେଣି। ପୁଣି ଶୀତ ଆରମ୍ଭ ହୋଇ ଯାଇଥିବାରୁ କାକରରୁ ବର୍ତ୍ତିବା ପାଇଁ ମଶା ପଲ ଘରମୁହଁା ହେଉଛନ୍ତି।
ଗତ ନଭେମ୍ବରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭୁବନେଶ୍ବରରେ ମଶା ସାନ୍ଧ୍ରତା ସର୍ଭେ କରାଯାଇଥିଲା। ଯେଉଁଠି ୫୦ରୁ କମ୍‌ ମଶା ରହିବା କଥା, ସେଠାରେ ୮୦ ରହିଥିଲେ। ଫଳରେ ଡେଙ୍ଗୁ ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଥିଲା। ନଭେମ୍ବର ପରେ ଆଉ ସର୍ଭେ ହୋଇ ନ ଥିବାରୁ ପୂର୍ବବର୍ଷର ତଥ୍ୟକୁ ଧରି ଅନ୍ଧାରରେ ବାଡି ବୁଲାଇବା ଭଳି ବିଏମ୍‌ସି ମଶାମରା ଅଭିଯାନ ଚଲାଇଛି। ବିଏମ୍‌ସି ଅଞ୍ଚଳର ୬୭ଟି ଓ୍ବାର୍ଡ ପାଇଁ ପୂର୍ବରୁ ୮ଟି ଫଗିଂ ମେଶିନ୍‌ ଥିବାବେଳେ ଏବେ କିଛିଦିନ ତଳେ ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣାଯାଇଥିଲା। ମାତ୍ର ସେଗୁଡିକ ଠିକ୍‌ ଭାବେ କାମ କରୁନାହିଁ। ଅପରପକ୍ଷେ କାଗଜକଲମରେ ପ୍ରତିଦିନ ଫଗିଂ କରାଯାଉଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ୬୭ଟି ଓ୍ବାର୍ଡ ପାଇଁ ଆବଶ୍ୟକ ସଂଖ୍ୟକ ଗାଡ଼ି ନ ଥିବାବେଳେ ନିୟମିତ ଭାବେ ଫଗିଂ କରାଯାଉ ନାହିଁ। ଫଳରେ ମଶା ବଂଶ ବୃଦ୍ଧି ପାଇ ଚାଲିଛି। ଗତ ୨ବର୍ଷ ହେବ ଭୁବନେଶ୍ୱର ଡେଙ୍ଗୁ ସଂକ୍ରମଣରେ ଜିଲାରେ ଆଗୁଆ ରହୁଥିବାବେଳେ ଏନେଇ ଉଚିତ୍‌ ପଦକ୍ଷେପ ନିଆଯାଉ ନାହିଁ। ଚଳିତବର୍ଷ ସଂକ୍ରମଣ ବଢିବା ସମୟରେ ଲୋକଦେଖାଣିଆ ଭାବେ ଫଗିଂ, ମଶାତେଲ ସିଞ୍ଚନ, ମଶା ଲାର୍ଭା ନଷ୍ଟ କରାଯାଉଥିଲା। ଏପରିକି ମଶା ଦାଉରୁ ବର୍ତ୍ତିବା ପାଇଁ ଡ୍ରୋନ୍‌ ଉଡାଣ କରାଯାଇଥିଲା। ମାତ୍ର ଏସବୁ ରଣନୀତି ଫେଲ୍‌ ମାରିଛି। ଏବେ ବିଏମ୍‌ସି ଅଞ୍ଚଳର ୪ଟି ନାଳରେ ମଶା ଲାର୍ଭା ଖାଉଥିବା ଗଙ୍ଗୁସିଆ ମାଛକୁ ଛଡା ଯାଇଛି। ମଶା ଦମନ ପାଇଁ ବିଏମ୍‌ସି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହା ଲୋକଙ୍କ କାମରେ ଆସୁ ନ ଥିବା ଦେଖାଯାଉଛି।
ଏନେଇ ବିଏମ୍‌ସି ସିଟି ହେଲ୍‌ଥ ଅଧିକାରୀ କହିଛନ୍ତି, ଏବେ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଶୂନ ରହିଛି। ତେଣୁ ମଶାଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି। ଗୁରୁବାର ମଶା ସାନ୍ଧ୍ରତା ସର୍ଭେ କରାଯାଇଥିଲା। ସାନ୍ଦ୍ରତା ଯେତିକି ରହିବା କଥା ତା’ଠାରୁ ସାମାନ୍ୟ ଅଧିକ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିୟମିତ ଫଗିଂ ଏବଂ ମଶାତେଲ ସିଞ୍ଚନ କରାଯାଉଛି। ଖୁବ୍‌ଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri