ଭୁବନେଶ୍ୱର @ ୯୧୯: ଆଜି ଚିହ୍ନଟ ହେଲେ ୬୦ ନୂଆ କରୋନା ଆକ୍ରାନ୍ତ; ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ନୂଆ ୬୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ୪୦ ଜଣ ଥିବା ବେଳେ ୨୦ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦେଇଛି।

ତେବେ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରେ ଭୀମଟାଙ୍ଗୀର ଜଣେ(୫୦ବର୍ଷୀୟ ବ୍ୟକ୍ତି), ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତିର ୨ଜଣ(୨୧, ୩୮ବର୍ଷ ପୁରୁଷ), ଜୟଦେବ ବିହାରର ୨ଜଣ(୨୬,୨୧ ବର୍ଷ ଯୁବକ), ଜାଗମରାର ଜଣେ(୩୮ ବର୍ଷ ପୁରୁଷ), ବୋମିଖାଲ ସନ୍ତୋଷୀ ମା ମନ୍ଦିର ନିକଟରୁ ଜଣେ (୪୨ ବର୍ଷୀୟ ପୁରୁଷ), ପଟିଆ ରେଳ ଷ୍ଟେଶନ ନିକଟରୁ ଜଣେ(୩୫ ବର୍ଷୀୟ, ଡ୍ରାଇଭର), ସରକାରୀ ଡାକ୍ତରଖାନାର ୩ଜଣ(୨୪,୨୪, ୨୯ ବର୍ଷ ଯୁବକ), ନୟାପଲ୍ଲୀ ଆଇଆର୍‌ସି ଭିଲେଜର ଜଣେ(୨୧ ବର୍ଷୀୟ ଯୁବତୀ), ସାଲିଆ ସାହି ନିରାଙ୍କାରୀ ନଗରରୁ ୨ଜଣ(୩୪,୪୩ ବର୍ଷ ବ୍ୟକ୍ତି), ଶ୍ୟାମପୁରରୁ ଜଣେ(୩୪ ବର୍ଷ ପୁରୁଷ), ସାଲିଆ ସାହିରୁ ଜଣେ(୪୫ ବର୍ଷ ବ୍ୟକ୍ତି), ଘାଟିକିଆରୁ ଜଣେ(୪୬ ବର୍ଷ ମହିଳା), ନୟାପଲ୍ଲୀ ବେହେରା ସାହିର ଜଣେ(୫୬ ବର୍ଷ), ଶ୍ରୀରାମ ନଗର ସାଲିଆ ସାହିରୁ ୩୫ ବର୍ଷ ମହିଳା, କେନ୍ଦ୍ରୀୟ ସରକାରୀ ଡାକ୍ତରଖାନାର ଜଣେ ୨୯ ବର୍ଷ କର୍ମଚାରୀ ଅଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଛି। ସେଥିରୁ ୫୦୪ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share