ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଛନ୍ତି ୬୦% ରାଜ୍ୟ ବାହାର ପର୍ଯ୍ୟଟକ

ସମ୍ବଲପୁର,୫ା୪(ବ୍ୟୁରୋ):ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଛି। ମୋଟ ୧୬ ହଜାର ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥିବା ବନ ବିଭାଗ ସୂଚନା ଦେଇଛି। ସେଥି ମଧ୍ୟରେ ୧୩ ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ସଂଖ୍ୟା ଅଧିକ। ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟଟକ ରାଜ୍ୟ ବାହାର ଓ କେତେକ ବିଦେଶୀ ପର୍ଯ୍ୟଟକ (ୟୁରୋପିଆନ) ରହିଛନ୍ତି।

ଆର୍ଥତ୍କବର୍ଷ ୨୦୨୧-୨୨ରେ ୧ କୋଟି ୫୨ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇପାରିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ନେଚର ଏଜୁକେଶନ ପ୍ରୋଗ୍ରାମ, କ୍ରୁସ ଓ ବିଭିନ୍ନ କିସମର ସଫାରୀ, ଦୀପ ବୁଲିବା ସହ ସାଇକେଲିଂ ବ୍ୟବସ୍ଥା ରହିଛି। କଟେଜଗୁଡିକରେ ରହିବା, ଖାଇବା ପାଇଁ ସୁବିଧା କରାଯାଇଛି। ପର୍ଯ୍ୟଟକଙ୍କୁ ଗାଇଡ୍‌ କରିବା ପାଇଁ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହା ସହ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଇଛି। ଆୟର ୯୦ ପ୍ରତିଶତ ଟଙ୍କା ସ୍ଥାନୀୟ ଉନ୍ନୟନମୂଳକ କାମ ଓ ଦରମାରେ ଖର୍ଚ୍ଚ କରାଯାଉଛି। ଡେବ୍ରିଗଡ ଭିତରେ ଅନେକ ଟୁରିଜମ ଜୋନ କରାଯାଇଛି। ଏହି ଅଭୟାରଣ୍ୟ ୧୮୦ ବର୍ଗକିମି ବାପୀ ରହିଛି। ସମ୍ବଲପୁର ଜିରୋ ପଏଣ୍ଟ ପର୍ଯ୍ୟଟନ ସ୍ଥଳରୁ ଡେବ୍ରିଗଡକୁ ପ୍ରବେଶ ଦ୍ୱାର ରହିଛି। ଡେବ୍ରିଗଡରେ ସମ୍ବର, ଚିତାବାଘ, ଭାଲୁ, ମୟୁର, ହାତୀ, ମାଙ୍କଡ ଭଳି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାକୁ ମିଳିଥାଏ।

Share