Categories: ଜାତୀୟ

କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…

ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି ଚୋରି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପହରା ବ୍ୟବସ୍ଥା କରାଯାଇଛି। ପାଣି ଚୋରି ରୋକିବା ଲାଗି ୬୦ ଯବାନଙ୍କୁ ନିୟୋଜିତ କରାଯିବ। କେନାଲ ଅଞ୍ଚଳରେ ୧୨ଟି ନୂଆ ଥାନା ସ୍ଥାପନ କରାଯିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏନେଇ ମଞ୍ଜୁରୀ ମଧ୍ୟ ମିଳି ସାରିଛି। ବିକାନେର ରେଞ୍ଜ୍‌ରେ ସ୍ଥାପନ ହେବାକୁଥିବା ଥାନାରେ ଜଣେ ଇନସ୍ପେକ୍ଟର, ୫ ଜଣ ସବ୍‌ ଇନସ୍ପେକ୍ଟର, ୬ ଏଏସ୍‌ଆଇ, ୮ ହେଡ କନଷ୍ଟେବଳ, ୪୦ କନଷ୍ଟେବଳ କାର୍ଯ୍ୟ କରିବେ। ଗତ ୪ ବର୍ଷ ମଧ୍ୟରେ ହନୁମାନଗଡ଼ ଜିଲାରେ ୭୪ଟି ପାଣି ଚୋରି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ୨୮ଟି ଭିରାନି ପୋଲିସ ଥାନା ଅଞ୍ଚଳରେ ଘଟିଛି।

Share