ଜୁଲୁସ୍‌ରେ ବାହାରିବ ୬୦ ମେଢ଼

ଭଦ୍ରକ,୧୨।୯(ସନାତନ ରାଉତ): ବଡ଼ ସରକାର ବାବାଙ୍କ ଉର୍ସ ଉତ୍ସବ ଓ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏସ୍‌ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲାପାଳ ମନୋଜ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ମୁସ୍‌ଲିମ୍‌ ଜମାତ, ଗୁଲସାନୀ ଗସପାକ୍‌, ଗୁଲସାନି ନସିମ୍‌ ଓ ହିନ୍ଦୁ ସୁରକ୍ଷା ସମିତିର ସଦସ୍ୟମାନେ ଯୋଗଦେଇ ଚାଦର ଶୋଭାଯାତ୍ରା ଓ ଜୁଲୁସ୍‌ ନେଇ ଆଲୋଚନା କରିଥିଲେ।
ବଡ଼ ସରକାରଙ୍କ ବାର୍ଷିକ ଫତେହା ଉତ୍ସବ ଉର୍ସ ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ ପାଳନ ହେବ। ୨୩ରେ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଫଳ ଗ୍ରହଣ ଓ ୨୪ ତାରିଖ ସକାଳେ ପ୍ରାର୍ଥନା, ଭୋଗ ବଣ୍ଟନ, ଚାଦର ଚଢ଼ା ରାତି ୧୨ଟା ଯାଏ ଚାଲୁ ରହିବ। ଜିଲା ଓ ରାଜ୍ୟ ବାହାରୁ ୮୦ ହଜାରରୁ ୧ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ବିଶେଷ କରି ଟ୍ରାଫିକ୍‌ ନିୟନ୍ତ୍ରଣ, ସଫେଇ, ପାନୀୟ ଜଳ ଯୋଗାଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ରେଲୱେ ଷ୍ଟେଶନରେ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କାଉଣ୍ଟର ଆଦି ସୁବିଧା ସୁଯୋଗ ନିମନ୍ତେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମହମ୍ମଦ ଜୟନ୍ତୀ ପାଇଁ ୨୮ କିମ୍ବା ୨୯ ତାରିଖରେ ଉତ୍ସବ ପାଳନ ଓ ଜୁଲୁସ୍‌ (ଶୋଭାଯାତ୍ରା)ରେ ୬୦ଟି ମେଢ଼ ବାହାରିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଡିଜେ ନ ବାଜିବା ପାଇଁ ମୁସଲିମ୍‌ ଜମାତ ଓ ସ୍ଥାନୀୟ ସର୍ଦ୍ଦାରମାନଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ପୋଲିସ ପାଟ୍ରୋଲିଂ, ଶୋଭାଯାତ୍ରାରେ ନିଶା ସେବନ ନିଷେଧ ଆଦି ନେଇ ଏସ୍‌ପି ଆଲୋଚନା କରିଥିଲେ। ଡିଏସ୍‌ପି ଡିଆଇବି କମଳ ଲୋଚନ ଭୂୟାଁ ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ବୈଠକରେ ଯୋଗ ଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri