ମହାକୁମ୍ଭ ପାଇଁ ଓଡ଼ିଶାର ୨୫ ସହରକୁ ସଂଯୋଗ କରୁଛି ୬୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୧ା୨ (ଅନୁରାଧା ମହାରଣା) :  ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ ଅଧୀନ ଓଡ଼ିଶାର ୨୫ଟି ସହରରୁ ୬୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏଥିରୁ ୫୦ଟି କୁମ୍ଭ ସ୍ବତନ୍ତ୍ର ଟ୍ରେନ ସଫଳତାର ସହ ଯାତ୍ରା ଶେଷ କରିଛି। ଏହି ସ୍ବତନ୍ତ୍ର ଟ୍ରେନଗୁଡ଼ିକ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍‌, ବ୍ରହ୍ମପୁର ଆଦି ସହରକୁ ସଂଯୋଗ କରୁଛି। ଏସବୁ ଟ୍ରେନ୍‌ ମଧ୍ୟରେ ପୁରୀ ଏବଂ ତୁଣ୍ଡଲା ମଧ୍ୟରେ ପ୍ରୟାଗରାଜ ଦେଇ ଦୁଇ ଯୋଡ଼ା ଟ୍ରେନ ନଂ.୦୮୪୧୭ ଏବଂ ୦୮୪୭୫ ଚଳାଚଳ କରୁଛି। ଭୁବନେଶ୍ୱର-ତୁଣ୍ଡଲା, ପୁରୀ-ତୁଣ୍ଡଲା ଓ ବିଶାଖାପାଟଣା-ଗୋରଖପୁର ସ୍ବତନ୍ତ୍ର ଟ୍ରେନ ପ୍ରୟାଗରାଜ ଷ୍ଟେଶନ ଦେଇ ଚାଲୁଛି। ବ୍ରହ୍ମପୁର ଓ ବାଲୁଗାଁରୁ, ଯାଜପୁର କେନ୍ଦୁଝର ରୋଡ ଏବଂ ଯଖପୁରା, କେନ୍ଦୁଝରଗଡ ଏବଂ ନୟାଗଡ଼ରୁ ଢ଼େଙ୍କାନାଳ, ଅନୁଗୋଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର ସିଟିରୁ ରାୟଗଡା, କେସିଙ୍ଗା, କଣ୍ଟାବାଞ୍ଜି, ମୁନିଗୁଡା, ଟିଟିଲାଗଡ, ବଲାଙ୍ଗୀର, ବରଗଡ ରୋଡ, ସମ୍ବଲପୁର, ଝାରସୁଗୁଡ଼ାରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ସାମଗ୍ରିକ ଭାବରେ, ସ୍ବତନ୍ତ୍ର ଟ୍ରେନ ସେବାଗୁଡ଼ିକ ସମଗ୍ର ଓଡ଼ିଶାର ଏକ ବିସ୍ତୃତ ଭୌଗୋଳିକ ଅଞ୍ଚଳକୁ ସଂଯୋଗ କରୁଛି। ଭକ୍ତମାନଙ୍କ ପାଇଁ ଏକ ଅସୁବିଧାମୁକ୍ତ ଏବଂ ଆରାମଦାୟକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳପଥ ଅନେକ ପଦକ୍ଷେପ ଗ୍ରହଣ କରିଛି। ପ୍ରୟାଗରାଜ ଜଙ୍କଶନ ଓ ଛେଓକି ସମେତ ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକରେ ନିବନିର୍ମିତ ଶୌଚାଳୟ, ପ୍ରଚୁର ପାନୀୟ ଜଳ ଏବଂ ଖାଦ୍ୟ କୋର୍ଟ ଭଳି ଉନ୍ନତ ସୁବିଧା ଉପଲବ୍ଧ ରହିଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

ସମୁଦ୍ରରେ ଚାଲୁଥିଲା ନିଶାର ଭୟଙ୍କର ଖେଳ! ୧୮୦୦ କୋଟିର ମାଲ ଦେଖି ଚମକି ପଡିଲା କୋଷ୍ଟଗାର୍ଡ

ନୂଆଦିଲ୍ଲୀ,୧୪।୪: ଭାରତର ଯୁବ ପିଢ଼ି ଏବଂ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଦେଶର ଶତ୍ରୁମାନେ ନିରନ୍ତର ଅନେକ ପ୍ରକାରର ଷଡ଼ଯନ୍ତ୍ର ରଚନା କରୁଛନ୍ତି। ଏହି ଷଡ଼ଯନ୍ତ୍ରଗୁଡ଼ିକରେ...

ତିରୁମାଲା ମନ୍ଦିରରେ ସବୁ କେଶ ଦାନ କଲେ ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କ’ଣ ରହିଛି କାରଣ

ଅମରାବତି,,୧୪।୪: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ ଆନ୍ନା କୋନିଡେଲା ରବିବାର ତିରୁମାଲା ମନ୍ଦିରରେ ତାଙ୍କର ସମସ୍ତ କେଶ ଅର୍ପଣ କରିଛନ୍ତି। ମନ୍ଦିରରେ ତାଙ୍କ...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୪: ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

ସରପଞ୍ଚଙ୍କ ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କୁ ଦିଗପହଣ୍ଡି କେନାଲ ସାହିରେ ରହୁଥିବା...

ଟାରିଫ୍‌ ହ୍ରାସ ଅପେକ୍ଷାରେ ବିଦ୍ୟୁତ୍‌ ଉପଭୋକ୍ତା

ଭୁବନେଶ୍ୱର,୧୪।୪(ରବିନାରାୟଣ ଜେନା): କେନ୍ଦ୍ରୀୟ କୋଇଲା ଆଇନ ଓ ଅଧିନିୟମକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ଉଲ୍ଲଂଘନ କରୁଥିବାରୁ ରାଜ୍ୟରେ ବିଦୁତ୍‌ ଟାରିଫ୍‌ ଅଧିକ ରହିଛି। ନିୟମ...

ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍‌

ଭୁବନେଶ୍ୱର,୧୪ା୪(ଅନୁରାଧା ମହାରଣା): ଭାରତର ପ୍ରଥମ କେବୁଲ ରେଳ ବ୍ରିଜ ଭାବେ ପରିଚିତ ଅଞ୍ଜୀ ଖଡ୍ଡ ବ୍ରିଜ୍‌ ଚେନାବ ବ୍ରିଜ୍‌ର ଦକ୍ଷିଣରେ ଥିବା ଅଞ୍ଜୀନଦୀର ଗଭୀରତାକୁ ବିସ୍ତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image