ଚଣ୍ଡିଗଡ଼, ୫।୫ : ଦେଶରେ କରୋନା ମହାମାରୀର ସଂକ୍ରମଣ ପୁଣି ଥରେ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୨୭୫ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପଞ୍ଜାବର ପଟିଆଲାସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୬୦ ଜଣ ଛାତ୍ରୀଛାତ୍ରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଛି।
ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ କ୍ୟାମ୍ପସର ବିଭିନ୍ନ ବ୍ଲକରେ ଆଇସୋଲେଶନରେ ରଖାଯାଇଛି। ସଂକ୍ରମଣ ରୋକିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମେ ’୧୦ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଛି। ଏହା ସହିତ କର୍ମଚାରୀ ଏବଂ ଅନ୍ୟ ଛାତ୍ରୀଛାତ୍ରଙ୍କ କରୋନା ପରୀକ୍ଷା ଜାରି ରହିଛି।