୪ ଟ୍ରକ୍‌ ଉପରେ ୬୦ହଜାର ଜରିମାନା

ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ୪ଟି ଟ୍ରକ ଉପରେ ଚଢ଼ାଉ କରାଯାଇ ୬୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସିମୁଳିଆ ତହସିଲଦାର ଭୀମକାନ୍ତ ମାଝି ଚଢ଼ାଉ କରି ଏହି ଟଙ୍କା ଆଦାୟ କରିଛନ୍ତି। ବାଲି ଓ ପଥର ନେଇଯାଉଥିବା ଟ୍ରକ (ନଂ.ଓଡ଼ି୦୪ଏଲ-୦୭୮୪, ଓଆର୨୨ଏଫ୍‌-୮୭୮୬, ଓଡ଼ି୦୧ଜେଡ-୮୮୫୫, ଓଡ଼ି୨୨କେ-୯୯୩୩)ଗୁଡ଼ିକୁ ଅଟକାଇଥିଲେ। ପରେ ଏହି ଟ୍ରକଗୁଡ଼ିକର ପରିବହନ କାଗଜପତ୍ର ଠିକ୍‌ ନ ଥିବା ତହସିଲଦାର ଜାଣିବା ପରେ ଜରିମାନା ଅଦାୟ କରିଥିଲେ।