୬୦ ହଜାର ହେକ୍ଟର ଜମି ପ୍ରଭାବିତ

କେନ୍ଦ୍ରାପଡ଼ା,୨୭ା୧୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୨୨ ତାରିଖଠାରୁ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ଫଳରେ ଜିଲାର ଅଧିକାଂଶ କ୍ଷେତ ଜଳମଗ୍ନ ହୋଇଛି। ବିଶେଷକରି ଧାନ ଓ ପରିବା କ୍ଷେତରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ଦେଖାଯାଇଛି। ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଜିଲାର ପ୍ରାୟ ୬୦ ହଜାର ହେକ୍ଟର ଜମିରେ ବର୍ଷାଜଳ ଜମି ରହିଛି। ତୁରନ୍ତ କ୍ଷତିପୂରଣ ସହ ୬ ଦଫା ଦାବି ସମ୍ଭଳିତ ଏକ ଦାବିପତ୍ର ସିପିଆଇ (ଏମ୍‌) ପକ୍ଷର ଏଡିଏମ୍‌ଙ୍କୁ ପ୍ରଦାନ କରାଯାଇଛି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ଅଥବା ଖଣି ନାହିଁ। ଏହାର ଅର୍ଥନୀତି କୃଷିଭିତ୍ତିକ। କ୍ଷେତ ପାଇଁ ଜଳ ପରିଚାଳନା ଜିଲାର ଏକ ମୁଖ୍ୟ ସମସ୍ୟା ହୋଇ ରହିଛି। ଜମିକୁ ଜଳ ସେଚନ ହେଉ କିମ୍ବା ନିଷ୍କାସନ ବ୍ୟବସ୍ଥା ପ୍ରତି ପ୍ରଶାସକ ଓ ରାଜନେତା ଦୃଷ୍ଟି ଦେଉନାହାନ୍ତି। ଚଳିତବର୍ଷ ଜିଲାରେ ୧ଲକ୍ଷ ୨୪ ହଜାର ହେକ୍ଟର ଖରିଫ ଧାନ ଚାଷ ହୋଇଥିଲା। ଲଗାଣ ବର୍ଷାରେ ଏଥିମଧ୍ୟରୁ ପ୍ରାୟ ୬୦ ହଜାର ହେକ୍ଟର ଜମିରେ ପାଣି ଜମି ରହିଛି। ତିନିମୁହାଣୀର ବିଜୟ କୁମାର ଦାସ କହିଛନ୍ତି, ଚଳିତ ବର୍ଷ ଧାନ ସହ ସୋରିଷ ଓ ବିରି କ୍ଷେତରେ ବୁଣିଥିଲେ। ଧାନ କଟା ପରେ ପରେ ଏହି ଫସଲ ଆଦାୟ ହୋଇଥାନ୍ତା। ଲଗାଣ ବର୍ଷା ଫଳରେ କ୍ଷେତରେ ପାଣି ଜମି ରହିଥିବାରୁ ଧାନ, ସୋରିଷ ଓ ମୁଗ ଚାଷ ନଷ୍ଟ ହୋଇଗଲା। କୃଷି ସମବାୟ ସମିତିରୁ ଆସିଥିବା ଋଣ ଶୁଝିବ କିପରି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି। ଆଳିର ରାଧାଶ୍ୟାମ ସାମଲ କହିଛନ୍ତି, ଗ୍ରାମରେ ରହି ପେଟ ପୁରୁ ନ ଥିବାରୁ ବାହାରକୁ ଯିବାକୁ ପଡୁଛି। ଜିଲାର ବହୁ ପାଣି ପାଇପ ମିସ୍ତ୍ରି ଦେଶ ବିଦେଶରେ ରହୁଥିବାବେଳେ କର୍ମନିଯୁକ୍ତି ପାଇଁ ଯୁବବର୍ଗ କେରଳ, ସୁରଟ, କଲିକାତା ଆଦି ଅଞ୍ଚଳକୁ ଯାଇଥାନ୍ତି। ତେବେ ୨୦୨୦-୨୧ର କରୋନା ସଂକ୍ରମଣ ପରେ ବହୁ ପ୍ରବାସୀ ଘରକୁ ଫେରିଆସି ଚାଷରେ ମନ ଦେଇଥିଲେ। ଏବେ ଲଗାଣ ବର୍ଷା ପ୍ରବାସୀଙ୍କ କୃଷି ପ୍ରତି ମନୋଭାବକୁ ବଦଳାଇ ଦେଇଛି। କ୍ଷେତରେ ଅମଳ ହୋଇ ନ ଥିବା ଧାନ ପାଣିରେ ଭାସିବା ସହ ଗଜା ହୋଇ ଗଲାଣି। କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାରୀ ମଣ୍ଡିରୁ ପାଇବା ଆଶା ମରିଗଲା। ବୁଦ୍ଧିଜୀବୀ ବିଧୂ ଭୂଷଣ ମହାପାତ୍ର କହିଛନ୍ତି, କୃଷିକ୍ଷେତ୍ରକୁ ଜଳ ପରିଚାଳନା ପାଇଁ ବିଭିନ୍ନ ନଦୀ, ନାଳରେ ବନ୍ଧ ଓ କ୍ରିକ୍‌ ନିର୍ମାଣ ସହିତ ନଦୀ ସଂଯୋଗକରଣକୁ ଗୁରୁତ୍ୱ ଦେବା ଆବଶ୍ୟକ। ଜିଲାରେ ଲଘୁ ଉଦ୍ୟୋଗ ଓ ଅର୍ଥକାରୀ ଫସଲକୁ ଗୁରୁତ୍ୱ ଦେଲେ ମାନବସମ୍ବଳର ଉପଯୋଗ ହୋଇପାରିବ। ସିପିଆଇ(ଏମ) ଜିଲା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଲଘୁଚାପଜନିତ ଲଗାଣ ବର୍ଷାରେ ଧାନ, ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ନଷ୍ଟ ହୋଇଛି। ତୁରନ୍ତ ଚାଷର କ୍ଷୟକ୍ଷତି ଅନୁଧ୍ୟାନ କରିବା, ଧାନ କ୍ଷତିରେ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ, ଅର୍ଥକାରୀ ଫସଲ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ, ସମସ୍ତ କୃଷି ଋଣ ଛାଡ଼ କରିବା, ଆଗାମୀ ଚାଷ ପାଇଁ ସୁଧରେ ଋଣ, ବିହନ ଓ ସାର ମାଗଣା ଦେବା ଆଦି ଦାବି ରଖାଯାଇ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଏଡିଏମ୍‌ ନିଲୁ ମହାପାତ୍ରଙ୍କୁ ପଚାରିବାରେ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷକୁ ଅନୁଧ୍ୟାନ କରାଯାଉଛି। ଜିଲା ପ୍ରଶାସନିକ ଅଧିକାରୀ ଏଥିରେ ନିଯୁକ୍ତ ଅଛନ୍ତି। ରିପୋର୍ଟ ମିଳିବା ପରେ ତୁରନ୍ତ କ୍ଷତିପୂରଣ ସହ କର୍ମନିଯୁକ୍ତି ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri