ମାଲାକାନଗିରିରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର କଲେ ୬୦ ବର୍ଷୀୟ ବୃଦ୍ଧ

କୋରୁକୋଣ୍ଡା, ୨।୨(ଶିବଦତ୍ତ ସାହୁ): ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମାଲାକାନଗିରି ଜିଲା ଓରକେଲ ଥାନା ପୋଲିସ ଶ୍ୟାମ ସୀସା(୬୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ମୁତାବକ, ଜଣେ ୧୬ ବର୍ଷୀୟା ନାବାଳିକା ୪ ମାସ ତଳେ ଧାନ ବିଲକୁ କାମ କରିବାକୁ ଯାଇଥିଲେ। ପୂର୍ବରୁ ସେଠାରେ କାମ କରୁଥିବା ଶ୍ୟାମଙ୍କ ସହ ଭେଟ ହୋଇଥିଲା। କିଛି କାମ ଅଛି ବୋଲି କହି ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଡାକିନେଇ ଶ୍ୟାମ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। କାହାରିକୁ ଏ କଥା ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଭୟରେ ନାବାଳିକା ଜଣଙ୍କ ଘରେ କାହାରିକୁ ଜଣାଇ ନ ଥିଲେ। କିଛିଦିନ ତଳେ ନାବାଳିକା ପେଟ କାଟିବାରୁ ସେ ତାଙ୍କ ମା ଙ୍କୁ କହିଥିଲେ।

ନାବାଳିକାଙ୍କୁ କୁଡୁମୁଲୁଗୁମ୍ମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ପରେ ସେ ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଘଟଣା ସମ୍ପର୍କରେ ନାବାଳିକାଙ୍କୁ ପଚାରିବାରୁ ସେ ସତ କଥା ମା’ଙ୍କ ଆଗରେ କହିଥିଲେ। ନାବାଳିକାଙ୍କ ମା ଓରକେଲ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣା ତଦନ୍ତ କରିଥିଲେ। କେସ ନଂ ୪୦/୨୫ରେ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ରାଶନ କାର୍ଡ ତାଲିକାରୁ ୨୨,୨୯୩ ବାଦ୍‌’

ଭୁବନେଶ୍ୱର,୧୨ା୩(ରବିନାରାୟଣ ଜେନା): ରାଜ୍ୟରେ ୨୨,୨୯୩ ଅଯୋଗ୍ୟ ରାଶନ କାର୍ଡ ଚିହ୍ନଟ ହୋଇଛି, ଯେଉଁଥିରେ ୮୪ ହଜାର ୭୫୭ ସଦସ୍ୟ ରହିଥିଲେ। ସେମାନଙ୍କୁ ରାଶନ କାର୍ଡ ତାଲିକାରୁ...

‘ବିଜୁଳି ତ ନାହିଁ, ବିଲ୍‌ ଦେବୁ କାହିଁପାଇଁ’

ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି...

ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ...

ଦ୍ୱିତୀୟ ବିବାହ ପାଇଁ ୨ ନାବାଳକଙ୍କୁ ହତ୍ୟା ଘଟଣା: ବାପା ଓ ଜେଜେମା ହତ୍ୟାକାରୀ

ନୟାଗଡ଼,୧୨।୩(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ଧାନଚେଙ୍ଗେଡ଼ା ଗଁଁାରେ ୨ ନାବାଳକ ଭାଇଙ୍କୁ ବାପା ଓ ଜେଜେମା ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି...

ବିଦ୍ୟୁତ୍‌ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଝାରବନ୍ଧ, ୧୨।୩(ଦେବେନ୍ଦ୍ର ସାହୁ) – ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଭୈସାଦର୍ହା ଗ୍ରାମର ଜଣେ ସରଳ ମେଧାବୀ ଝିଅ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା...

ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ୬ ଆହତ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଝରଣ ଛକ ନିକଟରେ ବୁଧବାର ରାତିରେ ଏକ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି।...

ମନ୍ଦିରରୁ ଫେରିବା ବେଳେ ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି, ଯୁବକ ମୃତ

ଦିଗପହଣ୍ଡି,୧୨।୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଗୁଣ୍ଠପଡା ଗ୍ରାମ ନିକଟସ୍ଥ ରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ...

ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବ ବିଜେଡି

ଗଜପତି,୧୨।୩ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିର୍ମାଣରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛି ବିଜେଡି । ଏହି ସମ୍ପର୍କରେ ବୁଧବାର ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image