Posted inଖେଳ

ରୋହିତ ଶର୍ମାଙ୍କ ଗୋଟିଏ ନିଷ୍ପତ୍ତିରେ ବଦଳିଗଲା ୬୦ ବର୍ଷର ଇତିହାସ

କାନପୁର,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବର୍ଷା ହେତୁ ପ୍ରଥମ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା, ତେଣୁ କେବଳ ୩୫ ଓଭର ଖେଳାଯାଇପାରିବ, ଯେଉଁଥିରେ ବାଂଲାଦେଶ ୩ ଉଇକେଟ ହରାଇ ୧୦୭ ରନ୍‌ କରିଥିଲା। କିନ୍ତୁ ସର୍ବପ୍ରଥମେ ଏହି କ୍ଷେତ୍ରରେ ରୋହିତ ଶର୍ମାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଆଲୋଚନାରେ ଆସିଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ବାଂଲାଦେଶକୁ ବୋଲିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଗତ ୬୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ କାନପୁରର ଗ୍ରୀନ ପାର୍କ ଗ୍ରାଉଣ୍ଡରେ ଟସ ଜିତିବା ପରେ ଜଣେ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ବାଛିଛନ୍ତି। ଏହାପୂର୍ବରୁ ୧୯୬୪ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଅଧିନାୟକ ମନସୁର ଅଲି ଖାନ ପଟୌଦି ପ୍ରଥମେ ବୋଲିଂ କରିବାକୁ ବାଛିଥିଲେ। ସେହି ମ୍ୟାଚ ଡ୍ରରେ ଶେଷ ହୋଇଥିଲା।

ଗତ ୯ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଭାରତ ଟସ ଜିତି ନିଜ ମାଟିରେ ଟେଷ୍ଟ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷ ଥର ପାଇଁ ୨୦୧୫ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ପଡ଼ିଆରେ ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। ସେହି ମ୍ୟାଚ ମଧ୍ୟ ଏକ ଡ୍ରରେ ଶେଷ ହୋଇଥିଲା।

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତ ଏକାଦଶ ଖେଳିବାରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ସହ ରୋହିତ ଶର୍ମା ଗତ ୫ ବର୍ଷରେ ଟେଷ୍ଟ ସିରିଜରେ ଖେଳୁଥିବା ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ ନ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି।

ବର୍ତ୍ତମାନର ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗରେ ରହିଛି। ଭାରତ ପ୍ରଥମ ମ୍ୟାଚକୁ ୨୮୦ ରନ ବ୍ୟବଧାନରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ ଜିତିବା ଭାରତୀୟ ଦଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ ରେସ୍‌ରେ ରହିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ଅଶ୍ୱିନଙ୍କ ସନ୍ନ୍ୟାସକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା, ଲେଖିଲେ ପ୍ରେମ ଚିଠି…

ନୂଆଦିଲ୍ଲୀ,୨୧।୧୨: ନିକଟରେ ଟିମ ଇଣ୍ଡିଆର ମହାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ହଠାତ ଅବସର ନିଷ୍ପତ୍ତି ଅନେକଙ୍କୁ ଚକିତ...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri