Categories: ଜାତୀୟ

ବଳାତ୍କାର ପରେ ଚିରି ଦେଲେ ମହିଳାଙ୍କ ପେଟ

ନୂଆଦିଲ୍ଲୀ,୧୬।୬: ବଳାତ୍କାର ପରେ ଛୁରା ମାରି ୬୨ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୩ ନିକଟସ୍ଥ ଦାଲୁପୁରା ଗ୍ରାମରେ ଘଟିଛି ଏଭଳି ବର୍ବର କାଣ୍ଡ। ଏହି ଘଟଣାରେ ବୃଦ୍ଧାଙ୍କ ପଡୋଶୀଙ୍କୁ ଗିରଫ କରିଛି ପୋଲିସ। ମିଳିଥିବା ସିସିଟିଭି ଫୁଟେଜରେ ୩୦ ବର୍ଷୀୟ ଅଭିଯୁକ୍ତ ଶେଷ ବ୍ୟକ୍ତି ଭାବେ ପୀଡ଼ିତାଙ୍କ ଘରେ ପଶିଥିଲେ।

ପଚରାଉଚୁରା ବେଳେ ବଳାତ୍କାର ପରେ ନିଜକୁ ବଞ୍ଚାଇବା ପାଇଁ ବୃଦ୍ଧାଙ୍କୁ ଛୁରି ଭୁଷି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ। ଅପରାଧ ଘଟାଇବା ସମୟରେ ଅଭିଯୁକ୍ତ ମଦ ନିଶାରେ ଥିଲେ। ପୀଡ଼ିତା ଜଣେ ପରିବା ବିକାଳି। ତାଙ୍କ ୩୩ ବର୍ଷୀୟ ପୁଅ ନୋଏଡାର ଏକ ବେସରକାରୀ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ୧୩ ବର୍ଷୀୟ ନାତି ସହ ପୀଡ଼ିତା ରହୁଥିଲେ। ପୀଡ଼ିତାଙ୍କ ପୁଅ ଘରକୁ ଫେରିବା ପରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମା’ଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ୪ରୁ ୫ ଘଣ୍ଟା ମଧ୍ୟରେ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ବୃଦ୍ଧାଙ୍କ ବେକ କଟାଯିବା ସହ ଛାତି ଓ ପେଟରେ ୮ରୁ ୧୦ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share