ଆଜି ପୁଣି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୬,୨୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୬୦୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୧୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୮୪ ଏବଂ କଳାହାଣ୍ଡିରୁ ୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୭୩, ବାଲେଶ୍ୱର ୭୯, ବରଗଡ଼ ୨୬୮, ଭଦ୍ରକ ୮୬, ବଲାଙ୍ଗୀର ୨୧୧, ବୌଦ୍ଧ ୨୦, କଟକ ୩୮୩, ଦେବଗଡ଼ ୩୩, ଢେଙ୍କାନାଳ ୧୬, ଗଜପତି ୪୭, ଗଞ୍ଜାମ ୬୭, ଜଗତସିଂହପୁର ୬୨, ଯାଜପୁର ୮୫, ଝାରସୁଗୁଡ଼ା ୨୬୧, କେନ୍ଦ୍ରାପଡ଼ା ୪୧, କନ୍ଧମାଳ ୩୪, କେନ୍ଦୁଝର ୧୫୭, କୋରାପୁଟ ୫୮, ମାଲକାନଗିରି ୨୧, ମୟୂରଭଞ୍ଜ ୧୧୫, ନବରଙ୍ଗପୁର ୨୫୭, ନୟାଗଡ଼ ୮୨, ପୁରୀ ୩୦୬, ରାୟଗଡ଼ା ୭୦, ସମ୍ବଲପୁରରୁ ୨୬୩ ଏବଂ ସୋନପୁରରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୯୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୪,୬୯୪ରେ ପହଞ୍ଚିଥିବା ବେଳେ ୩,୫୩,୫୫୧ ଜଣ ସୁସ୍ଥ ହୋଇଛନ୍ତି। ୩୯,୧୧୭ ଜଣ ଚିକିିତ୍ସିତ ହେଉଛନ୍ତି।

Share